ପାଟଣା : ଆଜି ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ତରଫରୁ ବାଉଁଶୁଳି ଛକ ଠାରେ କୃଷି ମାରଣ ନିତି ନେଇ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଟୋକନ ପାଇଥିବା ଚାଷୀଙ୍କ ର ଧାନ ମଣ୍ଡି ରୁ ଧାନ ଉଠିବା, କେନ୍ଦୁଝର ଜିଲ୍ଲାକୁ ରବି ଫସଲରେ ସାମିଲ କରିବା, ବହୁ ପ୍ରତୀକ୍ଷିତ ରେଳ ସାର ରେକ ପଏଣ୍ଟ ପ୍ରତିଷ୍ଠା, କେନ୍ଦୁଝର ଜିଲ୍ଲାରେ ସାର ଓ ଧାନର ଅଭାବି ବିକ୍ରି ବିଷୟରେ ଆନ୍ଦୋଳନ ହୋଇଥିଲା । ରାସ୍ତାରେ।କ ରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ,ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଖିରେଇଟାଙ୍ଗିରି ମଣ୍ଡଳ ସଭାପତି ମହେନ୍ଦ୍ର ନାଏକ, ଉଖୁଣ୍ଡା ମଣ୍ଡଳ ସଭାପତି ଲକ୍ଷଣ କୁମାର ରାଉତ, ଖିରେଇଟାଙ୍ଗିରି ସରପଞ୍ଚ ବନୋଜ କୁମାର ନାୟକ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ କୁମାର ମହାନ୍ତି, ଯୁବ ନେତା ଅସିତ ନନ୍ଦନ ମହାନ୍ତି, ଚାଷୀ ନେତା ରଇଦାସ ମହାନ୍ତ, ମଦନ ମହାନ୍ତ , ସୁଶାନ୍ତ ମହାନ୍ତ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।
Popular Categories



