www.samajalive.in
Saturday, December 6, 2025
26.1 C
Bhubaneswar

ଅଣ ଆନୁଷ୍ଠାନିକ ଶ୍ରମିକ, କର୍ମଚାରୀ ବର୍ଗଙ୍କ ପାଇଁ ବିଶ୍ୱ ବ୍ୟାଙ୍କର ୫୦୦ ନିୟୁତ ଡଲାର ଋଣ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଜନିତ ଜଟିଳ ପରିସ୍ଥିତିରୁ ସୁଧୁରିବାକୁ ଭାରତର ଅଣ ଆନୁଷ୍ଠାନିକ କ୍ଷେତ୍ରର ଶ୍ରମିକ, କର୍ମଚାରୀଙ୍କୁ ସହୟତା କରିବାକୁ ବିଶ୍ୱ ବ୍ୟାଙ୍କ ବୁଧବାର ୫୦୦ ନିୟୁତ ଡଲାର (ପ୍ରାୟ ୩୭୧୭.୨୮ କୋଟି ଟଙ୍କା) ଋଣ ଅନୁମୋଦନ କରିଛି । ସାଂପ୍ରତିକ ମହାମାରୀ, ଭବିଷ୍ୟତର ଜଳବାୟୁ ଏବଂ ବିପର୍ଯ୍ୟୟ ଜନିତ ଆପଦ ପରିସ୍ଥିତିର ମୁକାବିଲା କରିବାକୁ ଏହି ଋଣ ରାଜ୍ୟଗୁଡିକ ନିମନ୍ତେ ଏକ ବୃହତ ନମନୀୟ ସୁଯୋଗ ସୃଷ୍ଟି କରିପାରିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।
୫୦୦ ନିୟୁତ ଡଲାର ମଧ୍ୟରୁ ୧୧୨.୫୦ ନିୟୁତ ଡଲାର ବିଶ୍ୱ ବ୍ୟାଙ୍କର ରିହାତି ହାରରେ ଋଣ ଯୋଗାଣକାରୀ ଶାଖା ଆନ୍ତର୍ଜାତିକ ଉନ୍ନୟନ ସଂଗଠନ ଯୋଗାଇଦେବ । ସେହିଭଳି ଆନ୍ତର୍ଜାତିକ ପୁନର୍ଗଠନ ଏବଂ ବିକାଶ ବ୍ୟାଙ୍କ (ଆଇବିଆରଡି) ୩୮୭.୫୦ ନିୟୁତ ଡଲାର ଋଣ ଯୋଗାଇବ । ଏହି ଋଣ ପରିଶୋଧ ସମୟ ୧୮.୫ ବର୍ଷ ଏବଂ ଏହା ବାଦ୍‍ ଅତିରିକ୍ତ ୫ ବର୍ଷ ବର୍ଦ୍ଧିତ ସମୟ ରଖାଯାଇଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ ମହାମାରୀ ଆରମ୍ଭ ହେବା ଦିନଠାରୁ ଭାରତର ଦରିଦ୍ର ଓ ଅବହେଳିତ ବର୍ଗଙ୍କ ସହାୟତା ନିମନ୍ତେ ଭାରତର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ସୁଦୃଢ କରିବା ନିମନ୍ତେ ଏହା ପ୍ରାୟ ୧.୬୫ ବିଲିଅନ ଡଲାର ଋଣ ଯୋଗାଇ ଦେଇଛି । ଏହି ଋଣ ଅର୍ଥରେ ଅଣ ଆନୁଷ୍ଠାନିକ କ୍ଷେତ୍ରର ଶ୍ରମିକ, କର୍ମଚାରୀଙ୍କ ପାଇଁ ଏକ ସହରାଞ୍ଚର ସୁରକ୍ଷା ବଳୟ ଏବଂ ସାମାଜିକ ନିରାପତ୍ତା ବ୍ୟବସ୍ଥା ସୃଷ୍ଟି କରିବାକୁ ପୌରାଞ୍ଚଳଗୁଡିକରେ ଡିଜିଟାଲ କ୍ଷେତ୍ରର ଉନ୍ନତି ନିମନ୍ତେ ପୁଞ୍ଜିନିବେଶ କରାଯିବ । ରାସ୍ତା କଡର ଉଠା ଦୋକାନି ଭାରତର ସହରାଞ୍ଚଳ ଅଣ ଆନୁଷ୍ଠାନିକ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ସେମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କମ୍‍ ସୁଧରେ କାର୍ଯ୍ୟକାରୀ ମୂଳଧନ ଯୋଗାଇ ଦିଆଯିବ । ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡିକ ସେମାନଙ୍କୁ ଆଇଟି ଭିତ୍ତିକ ପ୍ଲାଟଫର୍ମ ଜରିଆରେ ଚିହ୍ନଟ କରିବେ । ଏହି ଋଣ ଯୋଜନାରୁ ପ୍ରାୟ ୫ ନିୟୁତ ରାସ୍ତାକଡ ଉଠା ଦୋକାନି ଉପକକୃତ ହୋଇପାରିବେ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories