www.samajalive.in
Saturday, December 6, 2025
14.1 C
Bhubaneswar

ଗଡ଼ିଆରେ ବୁଡି ଦେଢ଼ବର୍ଷ ଶିଶୁ ପୁତ୍ରର ମୃତ୍ୟୁ

ପାଟଣା : ଖେଳ ହେଲା କାଳ ।  ଗଡ଼ିଆରେ ବୁଡି ଦେଢ଼ବର୍ଷ ଶିଶୁ ପୁତ୍ରର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ । ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଗ୍ରାମର ଶତ୍ରୁଘନ ମୁଣ୍ଡାଙ୍କ ଦେଢ଼ବର୍ଷର ଶିଶୁପୁତ୍ରଟି ଖେଳୁ ଖେଳୁ ଘରେ ନିକଟରେ ଥିବା ଏକ ଗଡିଆରେ ପଡି ଯାଇ ମୃତ୍ୟୁ ଘଟିଛି । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଗଡ଼ିଆ ରେ ଶିଶୁ ପୁତ୍ର ର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ।  ଶିଶୁପୁତ୍ରର ମୃତ୍ୟୁ କୁ ନେଇ ସମଗ୍ର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories