www.samajalive.in
Saturday, December 6, 2025
14.1 C
Bhubaneswar

ମହଙ୍ଗା ହେଲା ମେଟ୍ରୋ ଟ୍ରେନ୍‌ ଯାତ୍ରା, ଜାଣନ୍ତୁ କେତେ ବଢିଲା

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବଡ ଝଟକା। ମହଙ୍ଗା ହେଲା ମେଟ୍ରୋ ଟ୍ରେନ୍‌ ଯାତ୍ରା । ଅର୍ଥାତ୍‌ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା ପାଇଁ ଭଡା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏବେ ଯାତ୍ରୀଙ୍କୁ ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି )ପକ୍ଷରୁ କୁହାଯାଇଛି ଯେ, ମେଟ୍ରୋ ସେବାରେ ଯାତ୍ରୀଙ୍କୁ ଆଜି ଅର୍ଥାତ୍‌ ୨୫ ଅଗଷ୍ଟ ୨୦୨୫ (ସୋମବାର)ରୁ ଦାମ୍‌ରେ ସଂଶୋଧନ କରାଯାଇଛି। ବର୍ତ୍ତମାନ ଠାରୁ ଯାତ୍ରାର ଦୂରତା ଅନୁଯାୟୀ, ୧ରୁ ୪ ଟଙ୍କା ଅତିରିକ୍ତ ଦେବାକୁ ପଡିବ।

ଦୂରତା ଆଧାରରେ ବର୍ଦ୍ଧିତ ରାଶି ଦେବାକୁ ପଡିବ। ଏହାକୁ ୧ ଟଙ୍କାରୁ ୪ ଟଙ୍କା ବୃଦ୍ଧି କରାଯାଇଛି। ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଭଡ଼ା ୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଡିଏମଆରସି ଅନୁଯାୟୀ, ପୂର୍ବରୁ ୦ ରୁ ୨ କିଲୋମିଟର ପାଇଁ ୧୦ ଟଙ୍କା ଦେବାକୁ ପଡୁଥିଲା, ଯାହା ପାଇଁ ଆଜି ଠାରୁ ୧୧ ଟଙ୍କା ଦେବାକୁ ପଡିବ। ୨ ରୁ ୫ କିଲୋମିଟର ଦୂରତା ପାଇଁ ୨୦ ଟଙ୍କା ଦେବାକୁ ପଡୁଥିଲା, ଯାହା ପାଇଁ ଏବେଠାରୁ ୨୧ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ରବିବାର ଏବଂ ଜାତୀୟ ଛୁଟିଦିନ ଗୁଡ଼ିକରେ କେବଳ ୧୧ ଟଙ୍କା ଦେବାକୁ ପଡିବ। ପୂର୍ବରୁ ୧୨ ରୁ ୧୫ କିଲୋମିଟର ପାଇଁ ୩୦ ଟଙ୍କା ଦେବାକୁ ପଡୁଥିଲା, ଯାହା ପାଇଁ ଏବେ ୩୨ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ରବିବାର ଏବଂ ଛୁଟିଦିନ ଗୁଡ଼ିକରେ କେବଳ ୨୧ ଟଙ୍କା ଦେବାକୁ ପଡିବ। ୧୨ ରୁ ୨୧ କିଲୋମିଟର ଦୂରତା ପାଇଁ ୪୦ ଟଙ୍କା ବଦଳରେ ୪୩ ଟଙ୍କା ଦେବାକୁ ପଡିବ। ରବିବାର ଏବଂ ଛୁଟିଦିନ ଗୁଡ଼ିକରେ ୩୨ ଟଙ୍କା ଦେବାକୁ ପଡିବ।

୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..

- Advertisement -

୨୧ ରୁ ୩୨ କିଲୋମିଟର ପାଇଁ ଆପଣଙ୍କୁ ୫୦ ଟଙ୍କା ବଦଳରେ ୫୪ ଟଙ୍କା ଦେବାକୁ ପଡିବ। ରବିବାର ଏବଂ ଛୁଟିଦିନରେ ଆପଣଙ୍କୁ ୪୩ ଟଙ୍କା ଦେବାକୁ ପଡିବ। ଏହା ବ୍ୟତୀତ ୩୨ କିଲୋମିଟର ଦୂରତା ପାଇଁ ଆପଣଙ୍କୁ ୬୦ ଟଙ୍କା ବଦଳରେ ୬୪ ଟଙ୍କା ଦେବାକୁ ପଡିବ। ରବିବାର ଏବଂ ଜାତୀୟ ଛୁଟିଦିନରେ ଆପଣଙ୍କୁ ୫୪ ଟଙ୍କା ଦେବାକୁ ପଡିବ।

କାର୍‌ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ଏସୟୁଭି..

ମାଆ ହେବେ ପରିଣିତି, ଶେୟାର କଲେ ଖୁସି ଖବର, ଲେଖିଲେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories