www.samajalive.in
Saturday, December 6, 2025
15.1 C
Bhubaneswar

ଡାକ୍ତରଖାନା ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼, ୪ ସାମ୍ବାଦିକଙ୍କ ସମେତ ୧୫ ମୃତ

ସମାଜ ଡିଜିଟାଲ ଡେସ୍କ: ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଅବ୍ୟାହତ ରହିଛି। ତେବେ ଇସ୍ରାଏଲ ଯୁଦ୍ଧରେ ନୂଆ ରଣନୀତି ଆପଣାଇଥିବା ଦେଖିବାକୁ ମିଳିଛି। ଗାଜାର ଏକ ଡାକ୍ତରଖାନା ଉପରେ ଇସ୍ରାଏଲ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଦକ୍ଷିଣାଞ୍ଚଳରେ ଥିବା ଖାନ ୟୁନିସ ହସ୍ପିଟାଲରେ ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ୪ ଜଣ ସାମ୍ବାଦିକଙ୍କ ସମେତ ମୋଟ ୧୫ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ରଣନୀତି ହିସାବରେ ଇସ୍ରାଏଲ ସେନା ଉକ୍ତ ଡାକ୍ତରଖାନାକୁ ଟାର୍ଗେଟ କରି ଗୋଟିଏ କ୍ଷେପଣାସ୍ତ୍ର ମାଡ଼ କରିଥିଲା। କିଛି ସମୟ ମଧ୍ୟରେ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା। ଉଦ୍ଧାରକାର୍ଯ୍ୟ ଚାଲିଥିବା ସମୟରେ ପୁଣି ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଯାହାଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଆଉ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏହି ଡାକ୍ତରଖାନା ଉପରେ ଏକାଧିକ ଥର ଆକ୍ରମଣ ହୋଇଛି। ପ୍ରାଣ ହରାଇଥିବା ସାମ୍ବାଦିକମାନେ ଅଲ ଜଜିରା, ରଏଟର ସଂସ୍ଥାର ହୋଇଥିବାବେଳେ ଜଣେ ପ୍ରିଲାନ୍ସର ମଧ୍ୟ ରହିଛନ୍ତି। ତେବେ ଗତ ୨୨ ମାସ ମଧ୍ୟରେ ଗାଜାରେ ୧୯୨ ସାମ୍ବାଦିକ ଏହି ଯୁଦ୍ଧରେ ପ୍ରାଣ ହରାଇଲେଣି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories