www.samajalive.in
Tuesday, December 9, 2025
23.1 C
Bhubaneswar

ଫ୍ରେଞ୍ଚ ଓପନ୍‌: ଜୋକୋଭିକ୍, ଥିଏମ୍, ବାର୍ଟି କ୍ବାର୍ଟରରେ

ପ୍ୟାରିସ୍‌ : ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ସୋମବାର ସିଙ୍ଗଲ୍‌ସ ଇଭେଣ୍ଟର ବାକିଥିବା ସମସ୍ତ ୪ର୍ଥ ରାଉଣ୍ଡ ମ୍ୟାଚ୍ ଖେଳାଯାଇଛି। ମଙ୍ଗଳବାର କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଆରମ୍ଭହେବ। ସୋମବାର ପୁରୁଷ ସିଙ୍ଗଲ୍‌ସରେ ଟପ୍ ସିଡ୍ ନୋଭାକ୍ ଜୋକୋଭିକ୍ ଓ ୪ର୍ଥ ସିଡ୍‌ ଡେଭିଡ୍ ଥିଏମ୍ ଏବଂ ମହିଳା ସିଙ୍ଗଲ୍‌ସରେ ୮ମ ସିଡ୍ ଆସ୍‌ଲେ ବାର୍ଟି ଓ ୧୪ନଂ ସିଡ୍‌ ମ୍ୟାଡିସନ୍ କେୟିସ୍ ବିଜୟୀହୋଇ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
ମହିଳା ସିଙ୍ଗଲ୍‌ସର ୩ୟ ରାଉଣ୍ଡ ମୁକାବିଲାରେ ୮ମ ସିଡ୍‌ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ଆମେରିକାର ସୋଫିଆ କେନିନ୍‌ଙ୍କୁ ୬-୩, ୩-୬, ୬-୦ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌ରେ ବାର୍ଟି ମୂଳରୁ ୫-୧ ସେଟ୍‌ରେ ଅଗ୍ରଣୀ ହାସଲ କରିଥିଲେ। ପରବର୍ତ୍ତୀ ସମୟ​‌େ​‌ର କେନିନ୍‌ କିଛିଟା ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ସୁଦ୍ଧା ବାର୍ଟି ସହଜରେ ପ୍ରଥମ ସେଟ୍‌କୁ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ କେନିନ୍‌ ମୂଳରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବିଜୟୀ ହେବା ସହ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ବାର୍ଟି ଲଢୁଆ ଖେଳ ପ୍ରଦର୍ଶନ କରି ସହଜ ବିଜୟ ହାସଲ କରି କ୍ବାର୍ଟରରେ ପ୍ରବେଶ କରିଥିଲେ। ଅନ୍ୟ ଏକ ପ୍ରିକ୍ବାର୍ଟର ମ୍ୟାଚ୍‌ରେ ୧୪ତମ ସିଡ୍‌ ମ୍ୟାଡିସନ୍ କେୟିସ୍ ୬-୨, ୬-୪ ସେଟ୍‌ରେ ଚେକ୍‌ ରିପବ୍ଲିକ୍‌ର କାଟେରିନା ସିନିଆକୋଭାଙ୍କୁ ପରାସ୍ତକରି କ୍ବାର୍ଟରରେ ପ୍ରବେଶ କରିଛନ୍ତି।
ପୁରୁଷ ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲକୁ ପ୍ରବେଶ କରିଛନ୍ତି ଟପ୍‌ ସିଡ୍‌ ନୋଭାକ୍‌ ଜୋକେଭିକ୍‌। ପ୍ରିକ୍ବାର୍ଟର ଫାଇନାଲରେ ଜୋକୋଭିକ୍‌ ୪୫ନଂ ଖେଳାଳି ଜର୍ମାନୀର ଜାନ୍‌ ଲେନାର୍ଡଙ୍କୁ ୬-୩, ୬-୨, ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ୧ ଘଣ୍ଟା ୩୩ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଜୋକୋଭିକ୍‌ ସଂପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ବିଜୟୀ ହୋଇଥିଲେ। ୪ର୍ଥ ସିଡ୍ ଅଷ୍ଟ୍ରିଆର ଡେଭିଡ୍ ଥିଏମ୍ ୬-୪, ୬-୪, ୬-୨ ସେଟ୍‌ରେ ୧୪ନଂ ସିଡ୍ ଫ୍ରାନ୍‌ସର ଗେଲ୍‌ ମନ୍‌ଫିଲ୍‌ସଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ୭ମ ସିଡ୍‌ ଜାପାନର କେଇ ନିଶିକୋରି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଫ୍ରାନ୍‌ସର ବେନୋଇଟ୍‌ ପାଇରେଙ୍କୁ ୬-୨, ୬-୭, ୬-୨, ୬-୭ ଓ ୭-୫ ସେଟ୍‌ରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ବାର୍ଟରରେ ନିଶିକୋରିଙ୍କ ମୁକାବିଲା ସ୍ପେନ୍‌ର ନାଦାଲଙ୍କ ସହ ହେବ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories