ଆଠଗଡରେ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ

ଆଠଗଡ :  ଆଠଗଡ ବ୍ଲକର କନ୍ଦରପୁର ଗ୍ରାମରେ ଶନିବାର ଜିଲ୍ଲାସ୍ତରୀୟ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାଣୀଙ୍କର ବିଶେଷକରି ଗୃହପାଳିତ ପ୍ରାଣୀଙ୍କର ସଂରକ୍ଷଣ, ପ୍ରଜନନ, ପାଳନ ଓ ବିକାଶ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ଯୋଗଦେଇଥିବା ପ୍ରାଣୀ ବିଜ୍ଞାନୀ ଓ ପ୍ରାଣୀ ଚିକିତ୍ସକମାନେ ଉପସ୍ଥିତ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ସହ ସେମାନଙ୍କୁ ବୈଷୟିକ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଗୋପୂଜନ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ତଥା ମୁଖ୍ୟଅତିଥି ହେମନ୍ତ କୁମାର ସାହୁ କର୍ତ୍ତାଭାବେ ଯୋଗଦେଇ ପାରମ୍ପରିକ ନୀତି ଅନୁଯାୟୀ ଗୋମାତା ପୂଜନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବୈଷୟିକ ଜ୍ଞାନ କୌଶଳ ଏବଂ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଗୋପାଳନ ସହିତ ଅନ୍ୟାନ୍ୟ ଗୃହପାଳିତ ପଶୁ ପାଳନ କରି ଚାଷୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି.ଶୁଭ୍ରଶଙ୍କର ଜ୍ୟୋତି, ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ ଓ ଶାନ୍ତିଲତା ବେହେରା, ସରପଞ୍ଚ କଲ୍ୟାଣି ଖଟୁଆ, ସମିତିସଭ୍ୟ ମନି ନାୟକ, କୃଷକନେତା ନିରାକାର ଲେଙ୍କା ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ।

prayash

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ମଧୁସୁଦନ ସୁବୁଦ୍ଧିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିଗିରିଆ ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ସତ୍ୟବ୍ରତ ଦାସ ସଭା ସଂଯୋଜନା କରିଥିଲେ । ଆଠଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡାକ୍ତର ରମଣି ରଞ୍ଜନ ବିଶ୍ୱାଳ, ବାଙ୍କୀ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଦର୍ଶନ ସାହୁ, କଟକ ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡାକ୍ତର ଅଭିମନ୍ୟୁ ସାହୁ, ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ସୁଶାନ୍ତ କୁମାର ବେହେରା, ପ୍ରାଣୀ ଚିକିତ୍ସକ ଡାକ୍ତର ଅନ୍ୱେଷା ଗୀତିକା, ଡାକ୍ତର ଶ୍ରୀନିବାସ ଆଚାରୀ, ବିଶିଷ୍ଟ ପ୍ରାଣୀ ବିଜ୍ଞାନୀ ଡାକ୍ତର ସୁଦୀପ୍ତ ସାହୁ, ଡାକ୍ତର ରଶ୍ମିରଞ୍ଜନ ସାହୁ, ମାହାଙ୍ଗା ପ୍ରାଣୀ ଚିକିତ୍ସକ ଡାକ୍ତର ରଶ୍ମିରଞ୍ଜନ ସାହୁ, ଡମପଡା ପ୍ରାଣୀ ଚିକିତ୍ସକ ଡାକ୍ତର ଅର୍ପିତା ପାଢୀ, ସାଲେପୁର ପ୍ରାଣୀ ଚିକିତ୍ସକ ଡାକ୍ତର ଦୀପକ ସେନାପତି ଓ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ରଞ୍ଜିତ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଚାଷୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।

Comments are closed.