ଓଲା ଇ-ସ୍କୁଟରରେ ରିହାତି, ଅଫର ମାତ୍ର ୪ ଦିନ

ନୂଆଦିଲ୍ଲୀ : ଦେଶର ଦୁଇଚକିଆ ଇଭି ନିର୍ମାତା କମ୍ପାନୀ ଓଲା ଇଲେକ୍ଟ୍ରିକ୍ ନିଜ ଗ୍ରାହକଙ୍କ ପାଇଁ ଖାସ୍ ଅଫର ନେଇଆସିଛି । ଅଫରର ଫାଇଦା ଉଠାଇ ଆପଣ ଶସ୍ତାରେ ଇ-ସ୍କୁଟର କିଣିପାରିବେ । ଏହି ଅଫର ମାତ୍ର କିଛି ଦିନ ପାଇଁ ରହିବ । କହିରଖୁଛୁ ବେଙ୍ଗାଲୁରୁ ସ୍ଥିତ ନିର୍ମାତା ଓଲା ଏହି ଅଫରରେ ନିଜ ବିକ୍ରି ବଢାଇବା ଆଶା ରଖିଛି ।

ଓଲା ଇଲେକ୍ଟ୍ରିକର ଏହି ଏକ୍ସାଇଟିଂ ଅଫର ‘ଓଲା ଇଲେକ୍ଟ୍ରିକ୍ ରଶ୍ କ୍ୟାମ୍ପେନ୍’ ଅନୁସାରେ ଅଣାଯାଇଛି । ଏହି ଅଫର ସହିତ ଓଲା ଏସ୧ ଏକ୍ସ ପ୍ଲସର ଦାମ୍ ଏବେ ୮୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଏସ୧ ଏକ୍ସ ପ୍ଲସକୁ ୫ ହଜାର ଟଙ୍କାର ରିହାତି ସହିତ କିଣିପାରିବେ ଗ୍ରାହକ । କମ୍ପାନୀ ଲୋକପ୍ରିୟ ଏସଓ୍ବାନ୍ ପ୍ରୋ ଓ ଏସ୍ଓ୍ବାନ୍ ଏୟାର ଇଲେକ୍ଟ୍ରିକ୍ ମଡେଲରେ ୨,୯୯୯ ଟଙ୍କାର ମାଗଣା ଓଲା କେୟାର ପ୍ଲସ୍ ସବସ୍କ୍ରିପ୍ସନ ଏବଂ ଅନ୍ୟ ସୁବିଧା ମଧ୍ୟ ଦେଉଛି । କ୍ରେଡିଟ୍ କାର୍ଡ ଇଏମଆଇ ଜରିଆରେ ଗ୍ରାହକ ଏସଓ୍ବାନ୍ ଏୟାର ଓ ଏସଓ୍ବାନ୍ ପ୍ରୋରେ ମଧ୍ୟ ୫ ହଜାର ଟଙ୍କାର କ୍ୟାଶବ୍ୟାକର ଫାଇଦା ନେଇପାରିବେ ।

Comments are closed.