ବିପର୍ଯ୍ୟୟ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଦୀର୍ଘସ୍ଥାୟୀ ଯୋଜନା

ଭୁବନେଶ୍ୱର: ସ୍ବେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ୍ଏଡ୍, ୟଙ୍ଗ ଇଣ୍ଡିଆ, କମ୍ୟୁନିଟି ରେଡିଓ, ସ୍ନେହ ଅଭିଯାନ, ଶିଶୁ ଓ ମହିଳା ବିକାଶ କେନ୍ଦ୍ର ଓ ଓଡିଶା ବିକଳାଙ୍ଗ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ଠାରେ ବିପର୍ଯ୍ୟୟ ସଜାଗ ଦିବସ ଓ ଜାତୀୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ଦୀର୍ଘସ୍ଥାୟୀ ଯୋଜନା ବିପର୍ଯ୍ୟୟ ରୋକିବା ଦିଗରେ ପ୍ରମୁଖ ଭୂମିକା କରିଥାଏ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିଥିଲେ। ବିପର୍ଯ୍ୟୟ ରୋକିବା ଦିଗରେ ଗୋଷ୍ଠୀସ୍ତରୀୟ ସଚେତନତା ପ୍ରମୁଖ ଭୁମିକା ଗ୍ରହଣ କରିଥାଏ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ୍ଏଡର ସହନିର୍ଦେଶକ ଦେବବ୍ରତ ପାତ୍ର, ଡକ୍ଟର ଦେବହୁତି ପାଣିଗ୍ରାହୀ, ଓଡିଶା ବିକଳାଙ୍ଗ ମଞ୍ଚର ସଂପାଦକ ଅକ୍ଷୟ ସାହୁ, ୟଙ୍ଗ ଇଣ୍ଡିଆର ଅଧ୍ୟକ୍ଷ ଏନ୍. ଆନ୍ସାରୀ ପ୍ରମୁଖ ବିପର୍ଯ୍ୟୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ପୃଷ୍ଠଭୂମି ଉପରେ ଆକ୍ସନଏଡ୍‌ର ବି.ଏନ୍. ଦୁର୍ଗା ସୂଚନା ପ୍ରଦାନ କରିଥିଲେ। ଶୁଭେନ୍ଦୁ କୁମାର ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସ୍ନିଗ୍ଧା ଦାସ ଧନ୍ୟବାଦ ଦେଇଥିଲେ।

kalyan agarbati

Comments are closed.