www.samajalive.in
Monday, December 8, 2025
14.1 C
Bhubaneswar

ଅଲଗା ରାସ୍ତାରେ ଦିଲ୍ଲୀପ ଓ ବିଜୟ !

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଦୁଇ ହେବିୱେଟ୍ ନେତା ତଥା ଦୁଇ ଭାଇ କୁହାଯାଉଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକା ସମୟରେ ବିଜେପି ଛାଡ଼ିଥିବା ଏହି ଦୁଇ ନେତା ବର୍ତ୍ତମାନ ଅଲଗା ରାସ୍ତାରେ ଯିବେ କି ବୋଲି ଆଲୋଚନା ଚାଲିଛି। କାରଣ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ୧୭ ବର୍ଷ ପରେ ଶନିବାର ସନ୍ଧ୍ୟାରେ ନବୀନ ନିବାସ ଯାଇ ୧୭ ମିନିଟ୍ ଧରି ଦଳର ସୁପ୍ରିମୋଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏହା ପରେ ଦିଲୀପ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ସେ ନବୀନଙ୍କ ଶରଣରେ ପସିଛନ୍ତି ଏବଂ ଖୁବ୍ ଶୀଘ୍ର ସେ ବିଜେଡିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପଟେ ବିଜେପି ଓ ବିଜେଡି ସହ ଆପଣଙ୍କ ଯୋଗାଯୋଗ ହୋଇଛି କି ବୋଲି ଏକ ପ୍ରଶ୍ନର ଉତ୍ତରେ ବିଜୟ ମହାପାତ୍ର କହିଛନ୍ତି, ବିଜେଡି ପକ୍ଷରୁ ଯୋଗାଯୋଗ ହୋଇନାହିଁ । ବିଜେପି ନେତୃବୃନ୍ଦଙ୍କ ସହ ବ୍ୟକ୍ତିଗତ ସ୍ତରରେ କଥାବାର୍ତ୍ତା ହୋଇଛି । ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି । ଏହା ମଧ୍ୟରେ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ବିଜୟ ବିଜେପିରେ ଅଛନ୍ତି। ଦଳ ପକ୍ଷରୁ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ନାହିଁ। ଫଳରେ ବିଜୟ ବିଜେପିରେ ଯୋଗଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଛି।

- Advertisement -

ତେବେ ଦିଲ୍ଲୀପ ରାୟ ନବୀନ ନିବାସ ଯିବା ପ୍ରସଙ୍ଗରେ ମତ ରଖି ବିଜୟ ମହାପାତ୍ର କହିଛନ୍ତି ଯେ, ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ରହିଛି । ମୁଁ ଆଗରୁ କହିଥିଲି ୨୦୧୯ ନିର୍ବାଚନ କଠିନ ହେବ । ଏମିତି ନିର୍ବାଚନ ଓଡିଶାବାସୀ ଆଗରୁ କେବେ ଦେଖି ନ ଥିବେ ବୋଲି ବିଜୟ କହିଛନ୍ତି।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ବିଜୁ ବାବୁଙ୍କ ଅତ୍ୟନ୍ତ ଅନୁଗତ ଭାବେ ଜଣାଶୁଣା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ଦଳ ସେମାନଙ୍କୁ ଅଣଦେଖା କରୁଛି ଅଭିଯୋଗରେ କିଛି ଦିନ ପୂର୍ବେ ଉଭୟ ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ବିଜୟ ମହାପାତ୍ର ବାରମ୍ବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହୁଥିଲେ ଯେ ସେ ଦିଲ୍ଲୀପ ରାୟଙ୍କ ସହ ଆଲୋଚନା କରିବା ପରେ କେଉଁ ଦଳରେ ଯୋଗଦାନ କରିବେ ସେନେଇ ନିଷ୍ପତ୍ତି ନେବେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories