www.samajalive.in
Monday, December 15, 2025
24.1 C
Bhubaneswar

ବିଦାୟ ଦିଲୀପ ସାହେବ : ବାସଭବନରେ ପାର୍ଥିବ ଶରୀର, ଶେଷ ଦର୍ଶନ ପାଇଁ କଳାକାରଙ୍କ ଭିଡ଼

ମୁମ୍ବଇ: ବର୍ଷିୟାନ ଅଭିନେତା ତଥା ବଲିଉଡ଼ର ଟ୍ରାଜେଡ଼ି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାର ୯୮ ବର୍ଷ ବୟସରଙ୍କ ଆଜି ସକାଳ ୭ଟା ୩୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ହିନ୍ଦୀ ସିନେଜଗତରେ ଗୋଟିଏ ଯୁଗର ଅବସାନ ଘଟିଛି। ଦିଲୀପଙ୍କ ପାର୍ଥିବ ଶରୀର ଡାକ୍ତରଖାନାରୁ ଆସି ତାଙ୍କ ବାସଭବନରେ ପହଞ୍ଚିସାରିଛି।

दूसरी शादी करके सुर्खियों में आ गए थे दिलीप कुमार, आज तक एक्टर का ये रिकॉर्ड कोई नहीं है तोड़ पाया | dilip kumar death full life profile of dilip kumar know

- Advertisement -

ବୁଧବାର ସନ୍ଧ୍ୟା ୫ଟାରେ ମୁମ୍ବଇର ଜୁହୁ କବରସ୍ଥାନରେ ତାଙ୍କର ଅନ୍ତିମ ସଂସ୍କାର ହେବ। ପ୍ରସିଦ୍ଧ ଅଭିନେତାଙ୍କ ଅନ୍ତିମ ଦର୍ଶନ ପାଇଁ ଅନେକ କଳାକାର ସେଠାରେ ପହଞ୍ଚିଛନ୍ତି।

ଶାହରୁଖ ଖାନ ଅନ୍ତିମ ଦର୍ଶନ ପାଇଁ ଦିଲୀପ କୁମାରଙ୍କ ବାସଭବନରେ ପହଞ୍ଚିଛନ୍ତି। ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ସାୟରା ବାନୋଙ୍କୁ ସେ ସାନ୍ତ୍ୱନା ଦେଉଥିବାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ତାଙ୍କ ବ୍ୟତୀତ କରଣ, ଅନୀଲ କପୁର, ଜନୀ ଲିଭର, ନେତା ଶରଦ ପାୱାର, ନେତା ଛଗନ ଭୁଜବଲ, ଅନୁପମ ଖେର, ରାଜା ମୁରାଦ ପ୍ରମୁଖ ଶେଷ ଦର୍ଶନ ପାଇଁ ଦିଲୀପ କୁମାରଙ୍କମ ବାସଭବନରେ ପହଞ୍ଚିଛନ୍ତି।


ଅପରପକ୍ଷରେ ତାଙ୍କ ମୃତ୍ୟୁରେ ବଲିଉଡର ବହୁ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ, ସନି ଦେୱଲ ଭଳି କଳାକାରମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଦିଲୀପ କୁମାରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀପ କୁମାର ଦର୍ଶକଙ୍କୁ ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ୬୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୬୫ ଟି ସିନେମାରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଜ୍ୱାର ଭଟ୍ଟା’ ଓ ୧୯୯୮ ରେ ଶେଷଥର ପାଇଁ ‘କିଲା’ ଚଳଚିତ୍ରରେ ଅଭିନୟ କରିଥିଲେ ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories