ଧୁରୁଷିଆରେ ବିଜେଡିର ଜନସଂପର୍କ ପଦଯାତ୍ରା

ଗୁରୁଡିଝାଟିଆ :  ବିଜୁ ଜନତା ଦଳ ସାଢେ ଚାରିକୋଟି ଓଡିଆଙ୍କ ସେବା ପାଇଁ ସମର୍ପିତ। ଓଡିଶାର ଜନସାଧାରଣଙ୍କ ସୁଖଦୁଃଖ ଓ ପ୍ରତିଟି କ୍ଷେତ୍ରରେ ଆଗଭର ହୋଇ ସେମାନଙ୍କ ଘରଆଗରେ ଠିଆହେବା ପାଇଁ ପ୍ରତିଶୃତିବଦ୍ଧ। ବିଜୁ ଜନତାଦଳ କାମରେ ବିଶ୍ୱାସ କରେ । ହେଲେ ସାଂପ୍ରଦାୟିକ ଶକ୍ତି ଯେପରି ଅସ୍ଥିରତା ସୃଷ୍ଟି କରୁଛନ୍ତି, ଦରଦାମ ବୃଦ୍ଧି ଅହେତୁକ ହେଲାଣି ଏକଥା ଗାଁର ଜନସାଧାରଣ ମଧ୍ୟ ଜାଣି ସାରିଲେଣି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରାକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କ କାର୍ଯ୍ୟ ବୋଲି ପଦଯାତ୍ରାକୁ ଉଦଘାଟନ କରି ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ମତପ୍ରକାଶ କରିଥିଲେ। ଆଠଗଡ ବିଜୁ ଜନତାଦଳର ମାର୍ଗଦର୍ଶନରେ ପଞ୍ଚାୟତ ବିଜେଡି ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ନାଥ ରାଉତ, ଯୁବ ଜନତାଦଳ ସଭାପତି ବିନୋଦ ମାଝି, ପଞ୍ଚାୟତ ବିଜେଡି ସଭାପତି ନିରାକାର ଲେଙ୍କା, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ସରପଞ୍ଚ ସଂଯୁକ୍ତା ପାଣି, ଯୁବନେତା ଦିଲ୍ଲିପ ଛତାର, ଛାତ୍ର ଜନତା ଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ଶାନ୍ତିଲତା ବେହେରା, ସମିତି ସଭ୍ୟ ବିନତୀ ଜେନା, ଅଶୋକ ରାଉତ , ଅନନ୍ତପୁର ସରପଞ୍ଚ ଶକ୍ତିକାନ୍ତ ସାହୁ, ନାରୀନେତ୍ରୀ ବାସନ୍ତୀ ରାଉଳଙ୍କ ସହ ଦଳର ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଏହି ଶୋଭାଯାତ୍ରାରେ କେଉଟପଡାରୁ ବାହାରି, ଗଜାମ୍ବ, ଜଗମୋହନପୁର ଓ ଧୁରୁଷିଆ ଗାଁରେ ଘରେ ଘରେ ବୁଲି ସରକାରଙ୍କ ସଫଳତାର ବାର୍ତ୍ତା ବାଣ୍ଟିଥିଲେ।

kalyan agarbati

Comments are closed.