www.samajalive.in
Tuesday, December 9, 2025
16.1 C
Bhubaneswar

ଆମେରିକା ସହ ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସୁଦୃଢ କରିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଆମେରିକାର ଶକ୍ତି ସଚିବ ରିକ୍‍ ପରେିଙ୍କ ସହ ଟୋଲିଫୋନ ଯୋଗେ କଥା ହୋଇଛନ୍ତି ଭାରତର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁଇ ଦେଶର ଉର୍ଜା କ୍ଷେତ୍ରର ମନ୍ତ୍ରୀ ଦ୍ୱୟ ଏକ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସମୃଦ୍ଧ କରିବା ତଥା ଭାରତକୁ ଏକ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଆଲୋଚନା କରିଛନ୍ତି। ଏହସହ ଭାରତ ଆମେରିକା ମଧ୍ୟରେ ଉର୍ଜା କ୍ଷେତ୍ରର ନୂଆ ଉଦ୍ଭାବନକୁ ପରସ୍ପର ସହିତ ଯୋଡି ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ସହଯୋଗ ପାଇଁ ଗତବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ଉଦ୍ୟମ ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହି ଦୁଇ ମନ୍ତ୍ରୀ ଗଠନ କରାଯାଇଥିବା ୪ଟି ୱାର୍କିଂ ଗ୍ରୁପ ଯଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ରଣନୈତିକ ସହଯୋଗ ଶକ୍ତି ଓ ଉର୍ଜା କ୍ଷେତ୍ରର କାର୍ଯ୍ୟଦକ୍ଷତା, ଅକ୍ଷୟ ଶକ୍ତି ଓ ନିରନ୍ତର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ। ତୁରନ୍ତ ଭାରତ ଆମେରିକା ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ପାଇଁ ତୁରନ୍ତ ଯୁଗ୍ମ ବୈଠକ ପାଇଁ ସହମତ ହୋଇଥିଲେ। ଅଶୋଧିତ ତୈଳ ମୂଲ୍ୟର ଦ୍ରୁତ ପରିବର୍ତ୍ତନ ଉପରେ ମଧ୍ୟ ଦୁଇ ମନ୍ତ୍ରୀ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ପ୍ରଧାନ ମୂଲ୍ୟ ଦ୍ରୁତ ପରିବର୍ତ୍ତନରେ ଭାରତୀୟ ଗ୍ରାହକଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଆମେରିକାର ଉର୍ଜା ମନ୍ତ୍ରୀଙ୍କୁ ଅବଗତ କରାଇବା ସହ ବିଶ୍ୱ ତୈଳ ମୂଲ୍ୟକୁ ସ୍ଥିର ରଖିବାରେ ଆମେରିକାର ଭୂମିକା ନେଇ ଆଲୋଚନା କରିଥିଲେ। ତୈଳ ଓ ଗ୍ୟାସ କ୍ଷେତ୍ରରେ ଆମେରିକା ଭାରତ ପାଇଁ ଏକ ଯୋଗାଣକାରୀ ଦେଶ ହେବା ସମ୍ବନ୍ଧରେ ଦୁଇ ମନ୍ତ୍ରୀ ଆଲୋଚନା କରିଥିଲେ। ଉର୍ଜା କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବା ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories