ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିଲେ ଓକିଲ ସଂଘ
ଢେଙ୍କାନାଳ: ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଢେଙାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଓକିଲ ସଂଘ ଧସେଇ ପସିଥିବା ଜଣାପଡିଛି। ଧସେଇ ପସିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓକିଲମାନେ ଭଙ୍ଗାରୁଜା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ଅଫିସରୁ ବାହାର କରିଦେଇଥିଲେ। ଓକିଲମାନେ ସଂଘବଦ୍ଧ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ସୂଚନାଅନୁସାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର କିଛି ମାମଲାର ଶୁଣାଣି ଥିଲା କିନ୍ତୁ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଅଫିସରେ ପହଞ୍ଚିଥିଲେ। ଓକିଲମାନେ ଜିଲ୍ଲାପାଳଙ୍କୁ ବିଳମ୍ବର କାରଣ ପଚାରିବାରୁ ଜିଲ୍ଲାପାଳ ଓକିଲମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଓକିଲମାନେ ପ୍ରତିବାଦ କରିବାସହ ସଂଘବଦ୍ଧ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଓକିଲମାନଙ୍କ ଆନ୍ଦୋଳନ ସମୟ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପସ୍ଥିତ ନଥିବାରୁ ଓକିଲମାନେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନରେ ବସିରହିଥିବା ସୂଚନାମିଳିଛି।