କୁଅରେ ପଡି ନାବାଳକ ୨ ଭାଇଙ୍କର ମୃତ୍ୟୁ

ଢେଙ୍କାନାଳ ସଦର: ସଦର ଥାନା ଭାପୁର ଫାଣ୍ଡି ନଟକଟା ଗାଁରେ କୁଅରେ ପଡି ନାବାଳକ ୨ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇ ଭାଇ ହେଲେ ଗାଁର କମ୍ପାନୀ ପ୍ରଧାନଙ୍କ ପୁଅ ରଞ୍ଜିତ ପ୍ରଧାନ(୫), ସଞ୍ଜିତ୍ ପ୍ରଧାନ(୪) । ଗତକାଲିଠାରୁ ଉଭୟ ନିଖୋଜ୍ ଥିଲେ । ଆଜି ସକାଳେ କୁଅରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ସୂଚନା ଅନୁସାରେ  ଗତକାଲି କମ୍ପାନୀ ଓ ତାଙ୍କ ପତ୍ନୀ ଧାନ କାଟିବାକୁ ଯାଇଥିଲେ । କାମ ସାରି ସ୍ୱାମୀ, ସ୍ତ୍ରୀ ଅପରାହ୍ନରେ ଫେରି ଦୁଇଜଣ ପୁଅଙ୍କୁ ପାଇନଥିଲେ । ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲେ । ଆଜି ସକାଳେ ଘର ପଛରେ ଥିବା ଏକ ପରିତ୍ୟକ୍ତ କୁଅରେ ପଡିଥିବା ଦେଖି ଅଗ୍ନିଶମକୁ ଖବର ଦେଇଥିଲେ ।

ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । ଖେଳୁଥିବା ବେଳେ ୨ ଜଣ କୁଅରେ ପଡିଯାଇଥିବା ଅନୁମାନ କରାଯାଉଛି । ସଦର ଥାନା ପୁଲିସ ମୃତଦେହ ଦୁଇଟିକୁ ଜବତ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Comments are closed.