ସମ୍ବଲପୁର ଲୋକସଭା ନିର୍ବାଚନ ମାମଲା, ଜବାବ ଦାଖଲ ଲାଗି ସମୟ ନେଲେ ଧର୍ମେନ୍ଦ୍ର

କଟକ: ସମ୍ବଲପୁର ଲୋକସଭା ନିର୍ବାଚନ ମାମଲାର ଶୁଣାଣି ଶୁକ୍ରବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା। ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଆଇନଜୀବୀଙ୍କ ଜରିଆରେ ଆଜି ପୁଣି ଅଦାଲତଙ୍କୁ ସମୟ ମାଗିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା। ଏଥିସହ ପ୍ରତିପକ୍ଷଙ୍କ ଓକିଲ ନିର୍ବାଚନ ଆୟୋଗ ଓ ସରକାରଙ୍କ ଓକିଲ ହୋଇଥିବାରୁ ଏହା ବିରୋଧରେ ଆବେଦନକାରୀ ଏକ ପିଟିସନ ଦାଖଲ କରିଛନ୍ତି। ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଥିଲା। ଡିସେମ୍ବର ୧୬କୁ ପରବର୍ତ୍ତି ଶୁଣାଣି ଲାଗି ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ସୁବାସ ମହାପାତ୍ର ନିଜେ ଏହି ମାମଲା ପରିଚାଳନା କରୁଛନ୍ତି।

Comments are closed.