www.samajalive.in
Wednesday, December 10, 2025
18.1 C
Bhubaneswar

ଜାଣନ୍ତୁ, ଜନ୍ମର କିଛି ମାସ ପରେ ଶିଶୁକୁ ଲଣ୍ଡା କରିବାର କାରଣ

ଭାରତ ପରମ୍ପରାର ଦେଶ ଅଟେ। ଏଠାରେ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପରମ୍ପରାର ପାଳନ କରାଯାଇଥାଏ। ଏଥିମଧ୍ୟରୁ ମହତ୍ତ୍ବପୂର୍ଣ୍ଣ ପରମ୍ପରା ହେଉଛି ଶିଶୁଙ୍କୁ ଲଣ୍ଡା କରିବା। ଏହା ମନୁଷ୍ୟ ଜୀବନର ୧୬ଟି ସଂସ୍କାର ମଧ୍ୟରୁ ଗୋଟିଏ। ସମସ୍ତ ଧର୍ମ ଓ ଜାତିରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହାକୁ ସର୍ବଦା ଖୁବ ଶ୍ରଦ୍ଧାର ସହ ପାଳନ କରିବା ଉଚିତ। ହିନ୍ଦୁ ଧର୍ମରେ ଶିଶୁଙ୍କ ଲଣ୍ଡା କରିବାର ପରମ୍ପରା ବହୁ ପୁରାତନ କାଳରୁ ପ୍ରଚଳିତ। ଶିଶୁ ଜନ୍ମ ହେବା ପରେ ତାଙ୍କୁ ଲଣ୍ଡା କରିବା ଖୁବ ଶୁଭପ୍ରଦ ଅଟେ।

ମାନ୍ୟତା ରହିଛି ଯେ, ଜନ୍ମ ବେଳେ ଶିଶୁଙ୍କ ମୁଣ୍ଡରେ କେଶ ରହିଥାଏ। ଏହା ଅଶୁଦ୍ଧ ହେବା ସହ ଅନେକ ପ୍ରକାରର କୀଟାଣୁ ବାସ କରିଥାଆନ୍ତି। ତେଣୁ ଶିଶୁଙ୍କୁ ଜନ୍ମର କିଛି ମାସ ପରେ ଲଣ୍ଡା କରାଯାଇଥାଏ। ଏପରି କରିବା ପଛରେ ଅନ୍ୟ ମାନ୍ୟତା ରହିଛି। ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହି ସଂସ୍କାର ପବିତ୍ର ସ୍ଥାନରେ ଅଧିକାଂଶ କରାଯାଇଥାଏ। କୁହାଯାଇଛି ଯେ, ଏପରି କରିବା ଦ୍ବାରା କାହାର ଖରାପ ଦୃଷ୍ଟି ଶିଶୁ ଉପରେ ଲାଗି ନ ଥାଏ।

- Advertisement -

ହିନ୍ଦୁ ଧର୍ମରେ ଚାରୋଟି ବେଦ ରହିଛି। ସେଥିମଧ୍ୟରୁ ଯର୍ଜୁବେଦରେ ପିଲାଙ୍କୁ ଲଣ୍ଡା କରିବା ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହ ପିଲା ଆରୋଗ୍ୟ ଓ ଶକ୍ତିଶାଳୀ ହେବା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ପୌରାଣିକ ମାନ୍ୟତା ଅନୁଯାୟୀ, ଶିଶୁର ବିକାଶ ହେବା ପାଇଁ ଓ ଗର୍ଭାବସ୍ଥା ସମୟର ଅଶୁଦ୍ଧିକୁ ଦୂର କରିବା ପାଇଁ ସେମାନଙ୍କୁ ଲଣ୍ଡା କରାଯାଇଥାଏ। ସର୍ବଦା ତୀର୍ଥ ଓ ଧାର୍ମିକ ସ୍ଥଳରେ ଶିଶୁଙ୍କୁ ଲଣ୍ଡା କରାଯାଇଥାଏ। କାରଣ ତାହାର ବାତାବରଣ ଶୁଦ୍ଧ ଓ ଶକ୍ତିଶାଳୀ ରହିଥାଏ। ତାହାର ପ୍ରତ୍ୟେକ ଶୁଦ୍ଧ ଓ ଶକ୍ତି ଶିଶୁ ନିକଟକୁ ଆସିବା ପାଇଁ ସେହି ସ୍ଥାନରେ ପିଲାଙ୍କୁ ଲଣ୍ଡା କରାଯାଏ।

ଏହାସହ ଅନ୍ୟ ଏକ ମାନ୍ୟତା ହେଉଛି, ଶିଶୁ ମା’ ଗର୍ଭରେ ଥିବା ବେଳେ ତାର ବିକାଶ ହୋଇଥାଏ। ସେହି ସମୟରେ ଶିଶୁ ମୁଣ୍ଡରେ କେଶ ମଧ୍ୟ ଉତ୍ପନ୍ନ ହୋଇଥାଏ। ସେହି କେଶରେ ବ୍ୟାକ୍ଟେରିଆ ଓ କୀଟାଣୁ ଲାଗି ରହିଥାଆନ୍ତି। ଯାହା ସାଧାରଣ ଉପାୟରେ ଯାଇ ନ ଥାଏ। ତେଣୁ ଏଥିପାଇଁ ଶିଶୁକୁ ଲଣ୍ଡା କରାଯାଇଥାଏ। ମାନ୍ୟତା ରହିଛି ଯେ, ଶିଶୁକୁ ଲଣ୍ଡା କରିବା ପରେ ତାର ସମ୍ପୂର୍ଣ୍ଣ ଶରୀର ଓ ମୁଣ୍ଡକୁ ସୂର୍ଯ୍ୟଙ୍କ କିରଣରେ ରଖାଯାଇଥାଏ। ଏପରି କରିବା ଦ୍ବାରା ଶିଶୁକୁ ଭିଟାମିନ ଡି ମିଳିଥାଏ। ଖରା ଶରୀରରେ କୋଷ ଗୁଡିକୁ ଜାଗୃତ କରି ରଖିଥାଏ। ଏହାଦ୍ବାରା ସଠିକ ଭାବେ ରକ୍ତ ପ୍ରବାହ ହୋଇଥାଏ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories