www.samajalive.in
Sunday, December 7, 2025
14.1 C
Bhubaneswar

ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ପଡିଲା ମହଙ୍ଗା ; ନିଲମ୍ବିତ ହେଲେ ସହକାରୀ ପ୍ରାଥମିକ ଶିକ୍ଷକ

ଧାମରା :ଧାମରାରେ ଜୈନିକ ପ୍ରାଥମିକ ସହକାରୀ ଶିକ୍ଷକ ଜଣେ ନାବାଳିକା ଛାତ୍ରୀକୁ ଅଶାଳୀନ ବ୍ୟବହାର ଦେଖାଇ ଚାକିରୀରୁ ନିଲମ୍ବିତ ହୋଇଥିବ। ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ ଗତ ୨୩ତାରିଖ ଦିନ ଧାମରା ଅଂଚଳରେ ଥିବା ଭାବେଶ୍ୱର ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ବେହେରା ଜଣେ ୫ମ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ କରିଥିଲେ। ଏନେଇ ସଂପୃକ୍ତା ଛାତ୍ରୀ ଜଣକ ନିଜ ମାଆକୁ କହିଥିଲେ। ୨୬ତାରିଖରେ ଏହି ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ପିଡୀତା ଛାତ୍ରୀଙ୍କ ପରିବାର ଏବଂ ଗ୍ରାମବାସୀ ସଂପୃକ୍ତ ଶିକ୍ଷକଙ୍କୁ ରାସ୍ତାରେ ଏକ ସ୍ଥାନରେ ବାନ୍ଧି ମାଡ ମାରୁଥିବା ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମସ୍ତ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା।
ଏହି ଖବର ପ୍ରକାଶ ପାଇବା ପରେ ଚାନ୍ଦବାଲି ବ୍ଲକ ସହକାରୀ ଶିକ୍ଷାଧିକାରୀ କମଳାକାନ୍ତ ନାୟକଙ୍କ ନିର୍ଦେଶ କ୍ରମେ ସହ ସଂପୃକ୍ତ ସିଆରସିସି ଅଭିମନ୍ୟୁ ନାୟକ ଲିଖିତ ଭାବେ ସହକାରୀ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ। ୨୭ତାରିଖ ଦିନ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶନୁଯାୟୀ ଚାନ୍ଦବାଲି ବ୍ଲକ ସହକାରୀ ଶିକ୍ଷାଧିକାରୀ କମଳାକାନ୍ତ ନାୟକ ଏବଂ ଅନିତା ମିଶ୍ର ଆସି ଧାମରାରେ ପହଂଚି ସଂପୃକ୍ତା ଛାତ୍ରୀଙ୍କୁ ଭେଟି ସମସ୍ତ କଥା ପଚାରି ବୁଝିବା ସହ ଏହି ଘଟଣାରେ ବିଷୟରେ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ ଏବଂ ସମସ୍ତ ବିଷୟରେ ଲିଖିତ ଭାବେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ। ଗତକାଲି ଭଦ୍ରକ ଜିଲ୍ଲାଧିକାରୀଙ୍କ ପତ୍ରସଂଖ୍ୟା ୧୨୨୬/୨୭/୭/୨୦୨୨ ନୁଯାୟୀ ସଂପୃକ୍ତ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏଥିସହ ସଂପୃକ୍ତ ଶିକ୍ଷକ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସବୁ ଦିନ ଉପସ୍ଥିତ ରହିବେ ବୋଲି ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories