bjd gruha runa

ଚାଲିଛି ଗଣତି; ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

BJD Bijuli 480×75 Mob

ଧାମନଗର: ଚାଲିଛି ଧାମନଗର ଉପନିର୍ବାଚନ ଭୋଟ୍‌ ଗଣତି । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ସୂଚନା ମିଳିଛି । ବିଜେପିକୁ ପ୍ରଥମ ରାଉଣ୍ଡରେ ୪,୭୪୯ଖଣ୍ଡ ଭୋଟ୍‌ ମିଳିଥିବା ବେ​‌ଳେ, ବିଜେଡିକୁ ମିଳିଛି ୩,୯୮୦ ଖଣ୍ଡ ଭୋଟ୍‌ । ସେହିପରି ଏହି ରାଉଣ୍ଡରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୪୦୨ ଖଣ୍ଡ ଭୋଟ୍‌ ମିଳିଥିବା ଜଣାପଡ଼ିଛି । ହେଲେ କଂଗ୍ରେସ ଏହି ପ୍ରଥମ ରାଉଣ୍ଡରେ ୧୬୨ ଖଣ୍ଡ ଭୋଟ୍‌ ପାଇଥିବା ଜଣାପଡ଼ିଛି । ​‌ ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ୭୭୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଆଗକୁ ମଧ୍ୟ ଆହୁରି ୧୭ଟି ରାଉଣ୍ଡରେ ଗଣାଯିବାକୁ ରହିଛି ।

Comments are closed.