nua o banner

ଧାମନଗର ଉପନିର୍ବାଚନ; ଗଣତି ଆରମ୍ଭ

BJD Bijuli 480×75 Mob

ଭୁବନେଶ୍ବର: ଆଜି ଆସିବ ଧାମନଗର ଫଳାଫଳ । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ଗଣତି ଲାଗି ୧୪ ଟି ଟେବୁଲ ବ୍ୟବସ୍ଥା ହୋଇଥିବା ବେଳେ, ମୋଟ ୨୫୨ଟି ବୁଥ୍‌ ଲାଗି ୧୮ ରାଉଣ୍ଡ ଗଣତି ହେବ । ଏନେଇ ପୂର୍ବରୁ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଉପନିର୍ବାଚନ ରାଜ୍ୟର ସବୁଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ବିରୋଧୀଦଳର ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗରରେ ଉପନିର୍ବାଚନ କରାଯାଇଛି ।

ଏଣୁ ଏହି ଆସନକୁ ନିଜ କବଜାରେ ରଖିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ଛିଡ଼ା କରିଛି । ସେପଟେ ଅନୁରୂପ ଭାବେ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀଙ୍କ ଆବିର୍ଭାବ ସତ୍ତ୍ବେ ଉପନିର୍ବାଚନରେ ବିଜୟଧାରା ବଜାୟ ରଖିବା ବିଜେଡି ପାଇଁ ମଧ୍ୟ ଆହ୍ୱାନ ହୋଇଛି । ସେହିଭଳି ବିଦ୍ରୋହ କରି ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କରିଥିବା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ରାଜନୈତିକ ଭବିଷ୍ୟତ ମଧ୍ୟ ନିର୍ଣ୍ଣୟ କରିବ ଏହି ଉପନିର୍ବାଚନର ଫଳ ।

ଆହୁରି ମଧ୍ୟ କଂଗ୍ରେସ ପ୍ରତି ଭୋଟରଙ୍କ ଆଭିମୁଖ୍ୟ କ’ଣ ତାହାର ଆଭାସ ବି ଏହି ଉପନିର୍ବାଚନରୁ ବୁଝାପଡିବ।  କିଏ ଜିତିବ ଧାମନଗର ବାଜି ? କାହାମୁଣ୍ଡରେ ବିଜୟର ତିଳକ ଲଗାଇବେ ଧାମନଗରବାସୀ ? ଧାମନଗର ଉପନିର୍ବାଚନ ଫଳ ଉପରେ ସରା ଓଡ଼ିଶା ନଜର ରଖିଛି । ଏଣୁ ସବୁ ଦଳର ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମୀ ସର୍ବୋପରି ରାଜ୍ୟର ରାଜନୈତିକ ମହଲ ଖୁବ ଉତ୍କଣ୍ଠାର ସହ ଧାମନଗର ଉପନିର୍ବାଚନର ଫଳାଫଳକୁ ଚାହିଁ ବସିଛନ୍ତି।

Comments are closed.