ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଡାକ ବିଭାଗ ପକ୍ଷରୁ ପତ୍ର ଲିଖନ ପ୍ରତିଯୋଗିତା
ଭୁବନେଶ୍ୱର : ଡାକ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ବାର୍ଷିକ ପତ୍ର ଲିଖନ ପ୍ରତିଯୋଗିତା ‘ଢାଇ ଅକ୍ଷର’ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ରାଜ୍ୟ ତଥା ଜାତୀୟସ୍ତରର ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି “ପ୍ରିୟ ବାପୁ ଆପଣ ଅମର ଅଟନ୍ତି”, “Dear Bapu, you are immortal ”। ୧୮ ବର୍ଷରୁ କମ ଏବଂ ୧୮ ବର୍ଷରୁ ଅଧିକ, ଏହିପରି ଦୁଇଟି ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର (inland letter)ରେ ୫୦୦ ଶବ୍ଦ ଏବଂ ଲଫାପା (Envelop) ଶ୍ରେଣୀରେ ୧ହଜାର ଶବ୍ଦରେ ପତ୍ର ଲେଖିପାରିବେ। ଏହି ପତ୍ରଲିଖନ ଇଂରାଜୀ, ହିନ୍ଦୀ କିମ୍ବା ଓଡ଼ିଆ ଭାଷାରେ ଲେଖାଯାଇପାରିବ। ପତ୍ର ପଠାଇବାର ଅନ୍ତିମ ତାରିଖ ୩୧.୧୨.୨୦୧୯ ରଖାଯାଇଛି। ରାଜ୍ୟସ୍ତରର ପ୍ରତିଯୋଗିତାର ପ୍ରଥମ ପୁରସ୍କାର ସ୍ୱରୂପ ୨୫ ହଜାର, ଦ୍ୱିତୀୟ ପୁରସ୍କାର ସ୍ୱରୂପ ୧୦ ହଜାର ଏବଂ ତୃତୀୟ ପୁରସ୍କାର ସ୍ୱରୂପ ୫ହଜାର ଟଙ୍କାର ଅର୍ଥରାଶି କୃତୀ ପ୍ରତିଯୋଗୀଙ୍କୁ ମିଳିବ। ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ପ୍ରଥମ ତିନୋଟି ସ୍ଥାନ ହାସଲ କରିବାକୁ ଥିବା ପ୍ରତିଯୋଗୀଙ୍କ ପାଇଁ ଯଥାକ୍ରମେ ୫୦ ହଜାର, ୨୫
ହଜାର ଏବଂ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି। ଅଧିକ ବିବରଣୀ ଡାକ ବିଭାଗର
ୱେବସାଇଟ www.odishapost.gov.in ଏବଂ ରେ www.indiapost.gov ଉପଲବ୍ଧ।
Comments are closed.