ଭୁବନେଶ୍ୱର: ଜୁନ୍ ୧୮ ଓ ୧୯ ତାରିଖରେ ଶପଥ ନେବେ ନବ ନିର୍ବାଚିତ ବିଧାୟକ। ଏହାପରେ ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏହି ତିନି ଦିନିଆ ବିଧାନସଭା ଅଧିବେଶନ ପାଇଁ ବିଧାନସୌଧ ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ ଡିଜିପି ଅରୁଣ ଷଡଙ୍ଗୀ। ଗୃହ ଭିତରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହ କେବଳ ପାସ୍ ଧାରୀ ଗୃହ ମଧ୍ୟକୁ ପ୍ରବେଶ କରିପାରିବେ। ଏହାସହିତ ବିଧାନସଭା ପରିସରରେ ୭୫ଜଣ ପୁଲିସ ଅଧିକାରୀଙ୍କ ସହ ମୁତୟନ ହେବେ ୮ ପ୍ଲାଟୁନ ଫୋର୍ସ। ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ରହିଛନ୍ତି ପୁଲିସ କମିଶନର ସଞ୍ଜିବ ପଣ୍ଡା।
ଜୁନ୍ ୧୮ ଓ ୧୯ରେ ଶପଥ ନେବେ ବିଧାୟକ: ବିଧାନସୌଧ ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି
Popular Categories



