www.samajalive.in
Sunday, December 7, 2025
16.1 C
Bhubaneswar

ପୁଣି ସ୍ୱାଭିମାନ ଅଞ୍ଚଳରେ ପୁଲିସ ମହାନିର୍ଦେଶକ ଅଭୟ, କହିଲେ ଆଦିବାସୀଙ୍କୁ ଢାଲ କରୁଛନ୍ତି ମାଓବାଦୀ

ମାଲକାନଗିରି: କିଛିଦିନ ର ବ୍ୟବଧାନ ପରେ ପୁଣି ରାଜ୍ୟ ପୁଲିସ ମୁଖ୍ୟ ତଥା ପୁଲିସ ମହାନିର୍ଦେଶକ ଅଭୟ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଗତକାଲି ଏନକାଉଣ୍ଟରରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟଣା ପରେ ଜବାନଙ୍କ ମନୋବଳ ବଢାଇବା ପାଇଁ ଡିଜିଙ୍କ ଏହି ଗସ୍ତ ହୋଇଥିଲ। ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବଡପଡା ଠାରେ ପହଞ୍ଚି ଥିଲେ ପୁଲିସ ମହାନିର୍ଦେଶକ ଅଭୟ। ଏହି ଅବସରରେ ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ ଯେ ମାଓବାଦୀମାନେ ଆଦିବାସୀଙ୍କୁ ଢାଲ୍‌ କରୁଛନ୍ତି। ସେମାନେ ହିଂସା ଛାଡି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେଲେ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆ ଯିବ। ସମାଜରେ ଜଣେ ସୁନାଗରିକ ଭାବେ ସେମାନଙ୍କୁ ଗଢିତୋଳିବା ପାଇଁ ସରକାରୀ ସ୍ତରରେ ସମସ୍ତ ଯୋଜନା କରା ଯାଇଛି। ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ଅସ୍ତ୍ର କରି ତାଙ୍କର ସ୍ୱାର୍ଥ ସାଧନ କରୁଥିବା କଥା କହୁଛନ୍ତି, ଯାହା ଠିକ୍‌ ନୁହେଁ। ମାଓବାଦୀ ମାନେ ବିକାଶ ବିରୋଧୀ, ଏଥିରେ ଦ୍ୱିମତ ନାହିଁ। ଏହା ଜାଣି ସାଲିରେଣଇ ଗ୍ରାମବାସୀ ପଡୋଶୀ ରାଜ୍ୟର କିଛି ଅଗଣତାନ୍ତ୍ରିକ ତତ୍ତ୍ବ ଆସି ଏହି ଅଞ୍ଚଳର ନୀରିହ ଆଦିବାସୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି। ଲାଲବାହିନୀ ଏହାକୁ ରୋକିବାକୁ ପ୍ରୟାସ କରୁଛି। ଏହି ସବୁ ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ବରାନ୍ବୀତ କରିବାରେ ଜବାନମାନେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଏହାସହିତ ମାଓ ଉପଦୃତ ଅଞ୍ଚଳରେ ବିକାଶ କାର୍ଯ୍ୟରେ ସାଲିସ କରା ଯିବନାହିଁ ବୋଲି ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି। ତେବେ ପୁଲିସକୁ ଟାର୍ଗେଟ ନକରି ମାଓବାଦୀମାନେ ସହଯୋଗ କରିବା ଦରକାର। ଫଳରେ ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ବରାନ୍ବୀତ ହୋଇପାରିବ। ବିଶେଷ କରି ରାସ୍ତା, ବିଦ୍ୟାଳୟ ନିର୍ମାଣ, ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ଡାକ୍ତର ନିଯୁକ୍ତି ଭଳି କାର୍ଯ୍ୟ ଆଗାମୀ ଦିନରେ ଜାରି ରହିବ। ତେବେ ମାଓବାଦୀଙ୍କ ଦନମ ପାଇଁ ସ୍ୱତନ୍ତ୍ର ରଣନୀତି ଆରମ୍ଭ କରି ଦେଇଛି ପୁଲିସ। ଆନ୍ଧ୍ର ପ୍ରଦେଶ, ଓଡିଶା ଓ ବିଏସଏଫଙ୍କ ମିଳିତ ସହ ଯୋଗରେ ଲାଲଗଡକୁ ସମ୍ପୁର୍ଣ ଭାବେ ନିଜ ଅକ୍ତିଆରରେ ନେବାପାଇଁ ସ୍ୱତନ୍ତ୍ର ରଣନୀତି ଓ କୁମ୍ବିଂ ଅପରେସନ କରାଯାଉଛି ବୋଲି ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ। ଏହି ଅବସରରେ ବିଏସଏଫ କ୍ୟାମ୍ପରେ ପୁଲିସ ଅଧିକାରୀଙ୍କ ସହ ମାଓଦମନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲ। କିଭଳି ଭାବେ ଦୀର୍ଘ ୬୦ ବର୍ଷ ଧରି ଜଳବନ୍ଦି ଥିବା ଏହି ଆଦିବାସୀଙ୍କ ସରକାରୀ ସୁବିଧା ପହଞ୍ଚାଯାଇପାରିବ ଓ ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିବା ଅଗଣତାନ୍ତ୍ରିକ ତତ୍ତ୍ବକୁ ଦମନ କରାଯାଇ ନିରୀହ ଆଦିବାସୀଙ୍କ ପାଖରେ ଯୋଜନା ପହଞ୍ଚିବ ସେ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭରସା ଦେଇଥିଲ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦେଶକ ଆର୍.କେ. ଶର୍ମା, ଏସ୍ଓଜି ଆଇଜି ଅନିରୁଦ୍ଧ ସିଂ, ଆଇଜି ଅପରେସନ ଅମିତାଭ ଠାକୁର, ମାଲକାନଗିରି ଏସ୍‌ପି ଋଶିକେଶ ଡି ଖିଲାରିଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories