ଭାରତରେ ବନ୍ଦ ହେଲା ୭୩୭ ମାକ୍ସ-୮ ବୋଇଂ ବିମାନ ଉଡାଣ 

0

ନୂଆଦିଲ୍ଲୀ: ଇଥିଓପିଆ ଏୟାର୍‍ଲାଇନ୍ସର ଯାତ୍ରୀବାହି ବିମାନ ଆଡିସ୍‍ଆବାଠାରେ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ଚାରି ଜଣ ଭାରତୀୟଙ୍କ ସମେତ ୧୫୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟଣାକୁ ନେଇ ଭାରତ ୭୩୭ ମାକ୍ସ-୮ ବୋଇଂ ବିମାନର ଚଳାଚଳ ବନ୍ଦ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡି.ଜି.ସି.ଏ. ବୋଇଂ ୭୩୭ ବିମାନ ଚଳାଚଳ ତୁରନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନିରାପଦ ଚଳାଚଳ ପାଇଁ ସୁରକ୍ଷା ପଦକ୍ଷେପଗୁଡ଼ିକ ସହ ଉପଯୁକ୍ତ ପରିବର୍ତ୍ତନ ନହେଲା ପର୍ଯ୍ୟନ୍ତ ବିମାନଗୁଡ଼ିକର ଉଡ଼ାଣ ବନ୍ଦ ରହିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯାତ୍ରୀମାନଙ୍କ ନିରାପଦକୁ ନିଶ୍ଚିତ କରିବା ପାଇଁ ବିଶ୍ୱର ବିମାନ ଚଳାଚଳ ସଂସ୍ଥା, ବିମାନ ନିର୍ମାଣକାରୀ ସଂସ୍ଥା ଏବଂ ନିୟନ୍ତ୍ରକ କର୍ତ୍ତୃପକ୍ଷମାନଙ୍କ ସହ ପରାମର୍ଶ କରାଯାଉଛି। ସ୍ପାଇସ୍‍ଜେଟ୍‍ ଏୟାର୍‍ଲାଇନ୍ସର ୧୨ଟି ବୋଇଂ ୭୩୭ଟି ମ୍ୟାକ୍ସ-୮ ବିମାନ ଚଳାଚଳ କରୁଛି। ଜେଟ୍‍ ଏୟାର୍‍ୱେଜ୍‍ର ପାଞ୍ଚଟି ବିମାନ ଚଳାଚଳ କରୁଛି। ଇଥିଓପିଆ, ଚୀନ୍‍, ଅଷ୍ଟ୍ରେଲିଆ, ମାଲଏସୀଆ, ସିଙ୍ଗାପୁର ଓ ବ୍ରିଟେନ୍‍ ପୂର୍ବରୁ ଏହି ବିମାନ ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରଖିଥିଲା ବେଳେ ବର୍ତ୍ତମାନ ଭାରତ ଏଭଳି ପଦକ୍ଷେପ ନେଇଛି। ତେବେ ଆମେରିକାର ବିମାନ ଚଳାଚଳ ଅଧିକାରୀମାନେ କହିଛନ୍ତି, ୭୩୭ ମାକ୍ସ- ୮ ବିମାନ ଚଳାଚଳ ପାଇଁ ଫିଟ୍‍ ରହିଛି ଏବଂ ତରବରିଆ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନେବା କିମ୍ବା ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବା ବର୍ତ୍ତମାନ ଠିକ୍‍ ହେବ ନାହିଁ।

Leave A Reply