ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସଂପ୍ରତି ଭୁବନେଶ୍ୱର ସ୍ଥିତ ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ସମନ୍ୱିତ-ଯୁବ-ବିକାଶ-କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ +୩ ଛାତ୍ର ଛାତ୍ରୀମାନେ ପ୍ଲାକାର୍ଡ଼ ଏବଂ ବ୍ୟାନର୍ ଧରି ନୟାପଲ୍ଲୀ ଶ୍ମଶାନ ସାହି, ନୀଳକଣ୍ଠ ନଗର ଏବଂ ବାଲିତୋଟା ସାହି ପ୍ରଭୃତି ଅଂଚଳକୁ ପରିକ୍ରମା କରିଥିଲେ।

ପ୍ରତି ଛକରେ ଛାତ୍ର ଛାତ୍ରୀମାନେ ଡ଼େଙ୍ଗୁ ଜ୍ୱରର ଭୟାବହତା, ଏହାର କାରଣ, ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ବନ୍ଧରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Comments are closed.