www.samajalive.in
Monday, December 15, 2025
24.1 C
Bhubaneswar

ଭୁବନେଶ୍ୱରରେ ଡିଜାଇନ କ୍ୟାଫେର ପ୍ରଥମ ଏକ୍ସପେରିଏନ୍ସ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: ଭାରତର ଲୋକପ୍ରିୟ ହୋମ ଇଣ୍ଟେରିଅର ସଲ୍ୟୁସନ୍ସ ବ୍ରାଣ୍ଡ ଡିଜାଇନ କ୍ୟାଫେ ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଣ୍ଟରର ଶୁଭାରମ୍ଭ କରିଛି। ଜାତୀୟସ୍ତରରେ ସଂସ୍ଥାର ଏହା ୧୯ତମ ଷ୍ଟୋର। ପୁରସ୍କାରପ୍ରାପ୍ତ ଆର୍କିଟେକ୍ଟ ଏବଂ ସହପ୍ରତିଷ୍ଠାତା ଗୀତା ରାମନନ ଓ ସିଜାନ ଭୋଜାନିଙ୍କ ଦ୍ୱାରା ସ୍ଥାପିତ ଡିଜାଇନ କ୍ୟାଫେର ଏହି ଷ୍ଟୋର ୨୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ। ୨ ବିଏଚକେ ସାମ୍ପୁଲ ଫ୍ଲାଟ, ମଡ୍ୟୁଲାର କିଚେନ, ଓ୍ବାରଡ୍ରୋବ, ବେଡରୁମ ଓ ଲିଭିଙ୍ଗ ଏରିଆ ଆଦିର ଡିଜାଇନ ସାମ୍ପୁଲ ଷ୍ଟୋରରେ ଉପଲବ୍ଧ ରହିଛି। ଘର ମାଲିକମାନେ ସଂସ୍ଥା ଜରିଆରେ ୫୧,୦୪୦ରୁ ଅଧିକ ଡିଜାଇନକୁ ବାଛି ପାରିବେ ଏବଂ ଦକ୍ଷ ଇଣ୍ଟେରିଅର ଡିଜାଇନରଙ୍କ ସିଧାସଳଖ ପରାମର୍ଶ ମଧ୍ୟ ନେଇପାରିବେ।

ସହ-ପ୍ରତିଷ୍ଠାତା ଗୀତା ରାମନନ ଓ ସିଜାନ ଭୋଜାନି କହିଛନ୍ତି, “ଆମେ ଭାରତର ମନ୍ଦିରମାଳିନୀ ସହର ତଥା ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭୁବନେଶ୍ୱରକୁ ଡିଜାଇନ କ୍ୟାଫେର ଡିଜାଇନ ଉଦ୍ଭାବନ ଓ ଗୁଣବତାର ସିଗ୍ନେଚର ମିଶ୍ରଣ ଆଣି ଗର୍ବିତ। ଏହି ନୂଆ ଏକ୍ସପେରିଏନ୍ସ ସେଣ୍ଟର ଭାରତର ଘର ମାଲିକଙ୍କ ପାଇଁ ବିଶ୍ୱସ୍ତରୀୟ ଇଣ୍ଟେରିଅରକୁ ଉପଲବ୍ଧ କରିବା ଲାଗି ଆମର ଯାତ୍ରା କ୍ଷେତ୍ରରେ ଏକ ବଡ ସଫଳତା।”

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories