Patra electronics

ଦେଶ କରମ୍ ପରବ ଉଦଯାପିତ

ପାଟଣା : ଘଟଗାଁ ବ୍ଲକ ପିପିଳିଆ ଠାରେ ଶାନ୍ତିଶୃଙ୍ଖଳାର ସହିତ ସାତ ଦିନ ଧରି ଦେଶ କରମ୍ ପରବ ଉଦଯାପିତ ହୋଇଯାଇଅଛି । କାର୍ଯ୍ୟକ୍ରମର ଶେଷ ଦିନରେ ଶିଳ୍ପ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଗୋବର୍ଦ୍ଧନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥୀ ଭାବେ ଦେବଗଡ଼ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ପରିବାର କଲ୍ୟାଣ) ଡ଼କ୍ଟର ଧନୁର୍ଜୟ ମହାନ୍ତ, ଡ଼କ୍ଟର ପୁରୁଷୋତ୍ତମ ମହାନ୍ତ, ଛୋଟେଲାଲ ମହାନ୍ତ, ଶୁକଦେବ ମହାନ୍ତ , ଖଗେଶ୍ବର ମହାନ୍ତ, କେନ୍ଦୁଝର ଜିଲ୍ଲାରୁ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ଯାଜ୍ଞସିନି ମହାନ୍ତ, ଲୀଳାବତୀ ମହାନ୍ତ ଓ ମୟୂରଭଞ୍ଜ ଜିଲ୍ଲାରୁ ଜିଲ୍ଲା ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାନ୍ତ , ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ, ବିଶ୍ରାର ଧୃବଚରଣ ମହାନ୍ତ, ରାଇରଙ୍ଗପୁରର ଭବାନୀଶଙ୍କର ମହାନ୍ତ ପ୍ରମୁଖ ଯୋଗ ଦେଇ କୁଡ଼ମାଲି ଭାଷା, ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଝାଡ଼ଖଣ୍ଡର କୁଡ଼ମାଲି ବିଭାଗର ପିଏଚଡି ଛାତ୍ର ପାଣ୍ଡବ ପୁନରିଆର, ରାଞ୍ଚି ବିଶ୍ୱବିଦ୍ୟାଳୟର କୁଡ଼ମାଲି ପ୍ରାଧ୍ୟାପକ ନିମାଇଁ ଚରଣ ମହତୋ, ଅଧ୍ୟାପକ ସୁବାଷ ଚନ୍ଦ୍ର ମହତୋ, ତାପସ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ମିନତୀ ମହାନ୍ତ, କୈଳାସ ମହାନ୍ତ, ଦେବକୀ ମହାନ୍ତ, କସ୍ତୁରୀ ମହାନ୍ତ, ଜିତନ ମଣି,ପ୍ରମୁଖ ଯୋଗ ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶା ରେ ମଧ୍ୟ କୁଡ଼ମାଲି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯୁବ ପିଢୀ, ରାଜନେତା, ସରକାର ଓ ପ୍ରଶାସନ କୁ ଅନୁରୋଧ କରିଥିଲେ।
ଏହି ସଭାରେ ଓଡ଼ିଶା କୁଡ଼ମି ସେନାର ରାଜ୍ୟ ଉପ ସଭାପତି ମିତ୍ରଭାନୁ ମହାନ୍ତ ଅଧ୍ୟକ୍ଷତା କରିଥିଲେ । ଯେଉଁଭଳି ଭାବେ କୁଡ଼ମାଲି ଭାଷା ଓ ସଂସ୍କୃତି ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ଏବେଠାରୁ ପଦକ୍ଷେପ ନ ନେଲେ କୁଡ଼ମାଲି ଭାଷା ଓ ସଂସ୍କୃତି ଓଡ଼ିଶାରେ ବିଲୁପ୍ତ ହୋଇଯିବାର ସମ୍ଭାବନାକୁ ଆଦୌ ଏଡେଇ ଦିଆଯାଇ ନପାରେ ବୋଲି ଏଠାରେ ମତ ପ୍ରକାଶ ପାଇଥିଲା । ସନ୍ଧ୍ୟାରେ କରମ ଗଛରୁ କରମ ଡାଳ ଦେହୁରୀ ଋଷିବର ମହାନ୍ତ ହଜାର ହଜାର ଲୋକଙ୍କ ସମାବେଶରେ ମାଦଳ, ନାଗରାର ତାଳେ ତାଳେ ଆଖଳା ସ୍ଥାନକୁ ଆଣି କୁଡ଼ମାଲି ରିତିମତେ ପୂଜାର୍ଚ୍ଚନା କରିଥିଲେ। କରମତୀ ମାନେ ଜାୱା ବେହ୍ଳା ସାରି କରମ ଗୋସାଇଁଙ୍କର ଚାରି ପାଖରେ ବସି ରହି ପୂଜାର୍ଚ୍ଚନା କରିଥିଲେ। କରମ କଥାଣି ଶେଷ ହେବା ପରେ ସମସ୍ତେ ଆଖଳାର ଚାରିପାଖରେ ନାଚିଥିଲେ। ରାତ୍ରି ସାରା  ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ କରମ ଗୋସାଇଁକୁ ଜଳାଶୟରେ ବିସର୍ଜନ କରି ଘରକୁ କରମତୀ ମାନେ ଆସି ସାରୁ ପତ୍ରରେ ପଖାଳ ଭାତ ଓ କୋଳଥ ଡାଲି ଖାଇ ପାରନା କରିଥିଲେ । ସୁକେଶ ମହାନ୍ତ, ହରମୋହନ ମହାନ୍ତ, ପଙ୍କଜ ମହାନ୍ତ, କଳାକାର ମହାନ୍ତ ଆଦି କୁଡ଼ମାଲି ଭାଷା ଓ ସଂସ୍କୃତି ପ୍ରେମୀ ଯୁବକ ମାନେ ମୂଳରୁ ଶେଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରିଥିବା ବେଳେ ଡ୍ରାଇଭର ମହାସଂଘ ସମ୍ପୂର୍ଣ୍ଣ ଭାବେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହାୟତା କରିଥିଲେ। କୁଡ଼ମାଲି ଭାଷା ଓ ସଂସ୍କୃତି ବିଶାରଦ ଶଶୋଧର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ହୃଷିକେଶ ମହାନ୍ତ, ସମ୍ପାଦକ,ଦେଶ କରମ ପରବ,ଓଡ଼ିଶା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.