www.samajalive.in
Sunday, December 7, 2025
18.1 C
Bhubaneswar

ସରକାର ଓ ବ୍ୟାଙ୍କ ମଧ୍ୟରେ ଚାଲିଛି ୨୦-୨୦ମ୍ୟାଚ: ଆରବିଆଇ ସହକାରୀ ଗଭର୍ଣ୍ଣର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ସହକାରୀ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ବ୍ୟାଙ୍କର ସ୍ୱାଧୀନତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସହକାରୀ ଗଭର୍ଣ୍ଣର ସରକାର ଓ ବ୍ୟାଙ୍କ ମଧ୍ୟରେ ଚାଲିଥିବା ୨୦-୨୦ମ୍ୟାଚ ତୁରନ୍ତ ବନ୍ଦ କରିବା ଉଚିତ ବୋଲି ପରାମର୍ଶ ଦେବା ସହ ନଚେତ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ଗୋଟିଏ ପଟେ ସିବିଆଇରେ କେନ୍ଦ୍ରର ହସ୍ତକ୍ଷେପକୁ ନେଇ ରାଜନୀତି ଜୋର ଧରିଛି ଏଭଳି ସମୟରେ ଆରବିଆଇର ସହକାରୀ ଗଭର୍ଣ୍ଣରଙ୍କ ଏଭଳି ମନ୍ତବ୍ୟ ମୋଦୀ ସରକାରଙ୍କୁ ଅଡ଼ୁଆରେ ପକାଇବ ନିଶ୍ଚିତ। ଗୋଟିଏ ପଟେ ବ୍ୟାଙ୍କଗୁଡ଼ିକରେ ଏନପିଏ ଆକାଉଣ୍ଟ ବଢି ଚାଲିଥିବାବେଳେ ଅନ୍ୟପଟେ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ନେତା ଓ ମନ୍ତ୍ରୀଙ୍କ ହସ୍ତକ୍ଷେପ ବ୍ୟାଙ୍କର ଅର୍ଥନୀତିକୁ ଦୁର୍ବଳ କରୁଛି ବୋଲି ସହକାରୀ ଗଭର୍ଣ୍ଣର ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ବ୍ୟାଙ୍କକୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଯୁକ୍ତି ଦର୍ଶାଇଛନ୍ତି।
ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାରେ ସ୍ୱତନ୍ତ୍ରତା ଆସିଲେ ବ୍ୟାଙ୍କଗୁଡ଼ିକରେ ଥିବା ୠଣ କମିବା ସହ ବିଦେଶୀ ବିନିଯୋଗ ବୃଦ୍ଧି ପାଇବ ବୋଲି ଏଡି ଶ୍ରଫ ମେମୋରିଆଲରେ ଯୋଗ ଦେଇ ସହକାରୀ ଗଭର୍ଣ୍ଣର ଶ୍ରୀ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରୀ ଆଚାର୍ଯ୍ୟ ଭାରତୀୟ ବ୍ୟବସ୍ଥାର ଉଦାହରଣ ଦେଇ ଦେଶରେ ସର୍ବଦା ନିର୍ବାଚନ ଲାଗି ରହିଛି। କେତେବେଳେ ରାଷ୍ଟ୍ରୀୟ ତ’ ପୁଣି କେତେବେଳେ ରାଜ୍ୟସ୍ତରୀୟ ନିର୍ବାଚନରେ ରାଜନୈତିକ ଦଳ ସେମାନଙ୍କ ଲୋକପ୍ରିୟତା ବୃଦ୍ଧି କରିବାକୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଳୋଭନୀୟ ଯୋଜନାର ଘୋଷଣା କରିଥାନ୍ତି। ନିକଟରେ କିଛି ରାଜ୍ୟରେ ଆଞ୍ଚଳିକ ନିର୍ବାଚନ ହେବାକୁ ଯାଉଥିବାବେଳେ ନିକଟରେ ସାଧାରର ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସରକାର ସେମାନଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ ନକରି ଆଗାମୀ ନିର୍ବାଚନ ପାଇଁ ଲୋକଙ୍କୁ ଅଧିକ ଲୋଭନୀୟ ଯୋଜନାର ଆଶା ଦେଖାଉଛନ୍ତି। ଏହି ୨୦-୨୦ମ୍ୟାଚ ପ୍ରକ୍ରିୟାରେ ବ୍ୟାଙ୍କ ସର୍ବଦା ପ୍ରଭାବିତ ହୋଇଥାଏ। ସୁଧ ହାର ବୃଦ୍ଧି ହେଲେ ଜମାକାରୀଙ୍କୁ ଲାଭ ମିଳୁଥିଲେ ମଧ୍ୟ ଋଣ ନେଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଅଧିକ ବୋଝ ଲଦି ହୋଇଯାଉଛି। ଫଳରେ ଦେଶରେ ଦରବୃଦ୍ଧି ପରି ସମସ୍ୟା ଉପୁଜୁଛି। ଏହାର ପ୍ରଭାବ ଅର୍ଥନୀତିରେ ସିଧାସଳଖ ପଡ଼ିବାର ସମ୍ଭାବନା ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି। ତେଣୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୨୦-୨୦ ମ୍ୟାଚ ପରିବର୍ତ୍ତେ ଟେଷ୍ଟ ମ୍ୟାଚ ଅନୁରୂପ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories