www.samajalive.in
Monday, December 8, 2025
14.1 C
Bhubaneswar

ଜଳବାୟୁ ସହନଶୀଳ କୃଷି ପାଇଁ ରୁର୍କିରେ ଜଳ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଞ୍ଜିନିୟର

ଭୁବନେଶ୍ୱରତା:ଜଳସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ (ଏମଆଇ) ସଂଗଠନର ସିଭିଲ ଇଞ୍ଜିନିୟରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ସମ୍ପଦ ବିଭାଗ ଏବଂ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ(ଆଇଆଇଟି), ରୁର୍କି ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ଆଜି ସ୍ୱାକ୍ଷରିତ ହୋଇଛି। ଜଳ ସମ୍ପଦ ବିଭାଗରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଓଡିଶା କମ୍ୟୁନିଟି ଟ୍ୟାଙ୍କ ମ୍ୟାନେଜମେଣ୍ଟ ସୋସାଇଟି (ଓସିଟିଡିଏମଏସ)ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ରଶ୍ମିରଞ୍ଜନ ନାୟକ ଏବଂ ରୁର୍କି ଆଇଆଇଟିର ପ୍ରଫେସର ଦୀପକ ଖରେ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।

ଜଳ ବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ (ଓଆଇଆଇପିସିଆରଏ) ଜଳ ବ୍ୟବହାରିକ ଦକ୍ଷତାରେ ଉନ୍ନତିଆଣିବା, କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବା ଜଳଭଣ୍ଡାରର ସେଚାଂଚଳରେ ଭାଗିଦାରୀ ଜଳ ସେଚନ ପରିଚାଳନାକୁ ସୁଦୃଢ଼ କରିବା ଏବଂ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ମାଧ୍ୟମରେ ସମାଧାନ ସମାଧାନ କରାଯାଇ କୃଷିରେ ଜଳବାୟୁ ସହନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ଏକ ବଡ ପଦକ୍ଷେପ। ବିଶ୍ୱ ବ୍ୟାଙ୍କ ସମର୍ଥିତ ଏହି ପ୍ରକଳ୍ପକୁ ଜଳ ସମ୍ପଦ ବିଭାଗ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ସହିତ କନଭର୍ଜେନ୍ସ ମୋଡରେ କାର୍ଯ୍ୟକାରୀ କରାଯାଉଛି।

- Advertisement -

ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ଏହି ବିଭାଗ ରେକାର୍ୟ୍ୟରତ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ “୫-ଟି” ଉପକ୍ରମ ଅନେକ ଦିଗଉନ୍ମୁକ୍ତ କରିଛି। ନିକଟ ଅତୀତରେ ଚେନ୍ନାଇସ୍ଥିତ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଏନ୍ଆଇଓଟି), ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ଗୌହାଟୀ ଏବଂ ଆଇଆଇଟି, ରୁର୍କି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଓଡିଶାରେ ଥିବା ସଂଖ୍ୟାଧିକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଟ୍ୟାଙ୍କର ସମନ୍ୱିତ ବିକାଶ କରିବାକୁ ପଦକ୍ଷେପ ନିଆଯାଇଛି । କ୍ଷୁଦ୍ର ଜଳ ସେଚନ ଶାଖାର ଯନ୍ତ୍ରୀମାନଙ୍କୁ ଦିଆଯିବାକୁ ଥିବା ପ୍ରଶିକ୍ଷଣ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଜଳର ନିରନ୍ତର ବ୍ୟବହାର ଏବଂ ଉତ୍ତମ ଅଭ୍ୟାସ ସଂପର୍କରେ ଜାଣିବା ସହିତ ଜଳ ବିଜ୍ଞାନ ଏବଂ ଏଥି ସମ୍ପର୍କିତ ଆନୁଷଙ୍ଗିକ କାର୍ୟ୍ୟକୁ କାର୍ୟ୍ୟକାରୀ କରିବାରେ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।

ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ଆଇଆଇଟି , ରୁର୍କିର ପ୍ରଫେସର ଖରେ କହିଥିଲେ ଯେ, ଏମଆଇର ଯନ୍ତ୍ରୀମାନଙ୍କୁ ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଜଳପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ ସଂପର୍କରେ ନିଷ୍ପତ୍ତି ପାଇଁ ଜଳ ସଂପଦ ବିଭାଗ ତଥା ଓଡିଶା ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଆଇଆଇଟି, ଋର୍କି ମାଧ୍ୟମରେ ଯନ୍ତ୍ରୀମାନଙ୍କୁ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯିବ, ଯାହା ସେମାନଙ୍କର ଦକ୍ଷତାର ବିକାଶ ପୂର୍ବକ ଓଡିଶାରେ କ୍ଷୁଦ୍ର ଜଳସେଚନ ତଥା ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିଚାଳନାରେ ସହାୟକ ହେବ ।

ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ କ୍ଷୁଦ୍ରଜଳସେଚନରକନିଷ୍ଠଯନ୍ତ୍ରୀ , ସହକାରୀଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ଅଧିକ୍ଷଣଯନ୍ତ୍ରୀ ପାହ୍ୟାର ୧୭୬ଜଣ ଇଞ୍ଜିନିୟର ରୁର୍କିସ୍ଥିତ ଆଇଆଇଟିରେ ୬ଦିନ ପାଇଁ ପ୍ରଶିକ୍ଷଣରେ ଯୋଗଦେବେ। ଜାନୁଆରୀ ମାସରେ ଏହି ପ୍ରଶିକ୍ଷଣ ଆରମ୍ଭ ହେବ।

ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ଅତିରିକ୍ତ ଶାସନ ସଚିବ, ମୁଖ୍ୟଯନ୍ତ୍ରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories