ବିଶ୍ବ ଐତିହ୍ୟ ଦିବସରେ ସାଂସ୍କୃତି ଐତିହ୍ୟ ଓ ସ୍ମାରକୀ ସଂରକ୍ଷଣ ଉପରେ ଗୁରୁତ୍ବ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବିଶ୍ବ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଡିଂ ମୁଖ୍ୟବକ୍ତା ଭାବେ ଯୋଗଦେଇ କୋରା ପ୍ରସାଦ ପାଢ଼ୀ ଆମର ଐତିହ୍ୟ ଓ ସ୍ମାରକୀ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଐତିହ୍ୟ ସପ୍ତାହ ପାଳ ଉତ୍ସବ ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

prayash

ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ତଥା ସଂଯୋଜକ ଡ.ସୁଶାନ୍ତ କୁମାର ପାତ୍ର ଓ ଡ.ଅନାମ ବେହେରା ମଞ୍ଚାସୀନ ଥିଲେ। ଏହି ଅବସରରେ ଚଳିତ ବର୍ଷର ବିଷୟ ବସ୍ତୁ ସାଂସ୍କୃତି ଐତିହ୍ୟ ଓ ଏହାର ସଂରକ୍ଷଣ ଉପରେ ବକ୍ତାମାନେ ଉଦ୍‌ବୋଧନ ଦେଇଥିଲେ। ଏହାସହିତ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଓ କର୍ମଚାରୀଙ୍କ ଦ୍ବାରା ଐତିହ୍ୟ ସୁରକ୍ଷାକୁ ନେଇ ସତେତନତା ସୃଷ୍ଟି କରାଯାଇଥିଲା।

Comments are closed.