www.samajalive.in
Sunday, December 7, 2025
26.1 C
Bhubaneswar

ଡରାଇଲାଣି ଡେଙ୍ଗୁ : କଟକରୁ ୩ ଦିନ​‌ରେ ଚିହ୍ନଟ ହେଲେଣି ୫ ଆକ୍ରାନ୍ତ

କଟକ : କଟକ ଜିଲାରେ ଡେଙ୍ଗୁ ଆତଙ୍କ ବଢିବାରେ ଲାଗିଛି। ୩ ଦିନ ମଧ୍ୟରେ ଜିଲାରୁ ୫ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରୁ ଜଣେ ଥିବାବେଳେ ସହରାଞ୍ଚଳରୁ ୪ଜଣ ରହିଛନ୍ତି। ପଟ୍ଟାପୋଲ ଅଞ୍ଚଳର ଜଣେ ପୁରୁଷ ରହିଥିବାବେଳେ ଓଡ଼ିଆ ବଜାର ଅଞ୍ଚଳର ୫୭ ବର୍ଷୀୟ ପୁରୁଷ, ଓଏମ୍‌ପି ଅଞ୍ଚଳର ୨୨ ବର୍ଷୀୟ ପୁରୁଷ, ମାଲଗୋଦାମ ଅଞ୍ଚଳର ୯ ବର୍ଷୀୟ ଶିଶୁ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରେ ବାଙ୍କୀ ଅଞ୍ଚଳର ୫୬ ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା କରାଯାଇଥିବାବେଳେ ଲକ୍ଷଣ ରହିଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ମକରନ୍ଦ ବେଉରା ସୂଚନା ଦେଇଛନ୍ତି। ସୂଚନାଥାଉ କି, ଜିଲାରେ ଗତ ଜାନୁଆରୀରୁ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ମୋଟ୍‌ ୩୧ ଜଣ ଡ଼େଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ବା ସିଟି ହସ୍ପିଟାଲରେ ୬ଟି ବେଡ଼୍‌, ଏସସିବି ମେଡ଼ିକାଲରେ ୨୦ଟି ବେଡ଼୍‌, ଉପଖଣ୍ଡ ଚିକିତ୍ସାଳୟ ଆଠଗଡ଼ ଓ ଉପଖଣ୍ଡ ଚିକିତ୍ସାଳୟ ବାଙ୍କୀରେ ସମୁଦାୟ ୪ଟି ବେଡ଼୍‌, ପ୍ରତି ପିଏଚ୍‌ସିରେ ୨ଟି ବେଡ଼୍‌ ଓ ପ୍ରତି ସିଏଚ୍‌ସିରେ ୨ଟି ଲେଖାଏଁ ବେଡ଼୍‌ର ବ୍ୟବସ୍ଥା ରହିଛି। ଏହା ସହ ସମସ୍ତ ମେଡ଼ିକାଲରେ ସାଲାଇନ୍‌, ଓଆରଏସ ଓ ଔଷଧ ମହଜୁଦ ରଖିବାକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନିର୍ଦେଶ ଦେଇଛନ୍ତି। କଟକରେ ଦୁଇଟି ମେଡ଼ିକାଲ ଯଥା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଏସ୍‌ସିବି ମେଡ଼ିକାଲରେ ରକ୍ତ ନମୁନା ସଂଗ୍ରହ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ବେଉରା କହିଛନ୍ତି, କଟକ ଜିଲାରେ ଏବେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ଜ୍ୟଜଳ, ଅଳିଆ ଆବର୍ଜନା ଜମା ନ କରିବା,ମଶାରି ବ୍ୟବହାର କରିବା ନେଇ ଲୋକଙ୍କୁ ସଚେତନ କରାଯାଉଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories