www.samajalive.in
Saturday, December 6, 2025
16.1 C
Bhubaneswar

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଦୁଇ ଯବାନ ସହିଦ, ଚାରି ଜଣ ଗୁରୁତର

ଛତିଶଗଡ: ଛତିଶଗଡରେ ନକ୍ସଲଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ବିଜାପୁର ଜିଲ୍ଲା ତାରେମ୍ ଥାନା ମାଣ୍ଡିମାର୍କା ଜିଲ୍ଲାରେ ବିସ୍ଫୋରଣ ହୋଇଛି। ସିଆରପିଏଫ୍ ଓ ଡିଆରଜି ଯବାନଙ୍କ କମ୍ବିଂ ବେଳେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।  ଗତ କିଛି ଦିନ ହେବ ପୁଲିସ୍ ର ଘନ ଘନ ଅପରେସନ୍ ମାଓବାଦୀଙ୍କୁ ଏକ ଶକ୍ତ ଝଟକା ଦେଇଛି। ତେଣୁ ମାଓବାଦୀମାନେ ପୁଲିସ୍ କୁ ଟାର୍ଗେଟ୍ କରିବା ପାଇଁ ଏଭଳି ରଣନୀତି କରିଥିବା ଜଣାପଡିଛି। ସେପଟେ ବୁଧବାର ମହାରାଷ୍ଟ୍ର ଗଡଚିରୋଲିରେ ମଧ୍ୟ ବଡ ଧରଣର ମାଓ ଏନକାଉଣ୍ଟର ହୋଇଥିଲା। ଏଥିରେ ୧୨ଜଣ ମାଓବାଦୀ ନିହତ ହୋଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories