www.samajalive.in
Monday, December 15, 2025
17.1 C
Bhubaneswar

କରୋନା କାଳରେ ଆତ୍ମନିର୍ଭରଶୀଳ; ରାଜ୍ୟ ବାହାରେ ବିକ୍ରି ହେଉଛି ରୋହିତଙ୍କ ହସ୍ତଶିଳ୍ପ ସାମଗ୍ରୀ

ବଲାଙ୍ଗିର:ରୋହିତ ବିଶ୍ୱାଳ(୩୧)। ପାଟଣାଗଡ ବ୍ଲକ ସୋଲବନ୍ଧ ଗାଁରେ ଘର। ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀ ପଢୁଥିବା ବେଳେ ଚିତ୍ରକଳା ସହ ବିଭିନ୍ନ ହାତ ତିଆରି ସାମଗ୍ରୀ ପ୍ରସ୍ତୁତରେ ସେ ନିଜକୁ ନିୟୋଜିତ କରିଥିଲେ। ଏହି କଳା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା। ଚିତ୍ର ଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେରଙ୍କଠାରୁ ଚିତ୍ରକଳା ନେଇ ପ୍ରାଥମିକ ତାଲିମ ନେବା ପରେ ସେ ବଲାଙ୍ଗିର ଆସିଥିଲେ। ପଞ୍ଚମ ଅନୁଷ୍ଠାନରେ କିଛି ସମୟ କଳା ଶିକ୍ଷା ନେବା ପରେ ସେ ଆରମ୍ଭ କରିଥିଲେ ନିଜସ୍ୱ ଉଦ୍ୟମ। କିନ୍ତୁ ସେତେବେଳକୁ ଚିତ୍ରକଳାର ବ୍ୟବସାୟୀକରଣ ଆରମ୍ଭ ହୋଇଯାଇଥିଲା। ଫଟୋ ଡିଜାଇନ୍, ହସ୍ତତନ୍ତ ଆଡକୁ ସେ ସମୟ ସହ ଢଳି ଥିଲେ। ଭୁବନେଶ୍ୱରରେ ସେ ଦୋକାନ ଖୋଲିଥିଲେ। ତେବେ ନିଜ ଜିଲାରେ ଚିତ୍ରକଳା ଓ ତାଙ୍କ ଭିତରେ ଥିବା ଲୁକ୍କାୟିତ ହସ୍ତତନ୍ତ କଳାକୁ ପ୍ରସାର କରିବା ପାଇଁ ପୁଣି ବଲାଙ୍ଗିର ଫେରି ଆସିଥିଲେ। ଗାନ୍ଧୀ ନଗର ପଡ଼ା ନିକଟରେ ସେ ଦୋକାନ ଖୋଲିବା ସହ ହସ୍ତତନ୍ତ, ଚିତ୍ର ସହ ବିଭିନ୍ନ ସାମଗ୍ରୀରେ ତାଙ୍କ କଳାର ନିଖୁଣତା ପ୍ରଦର୍ଶନ କରିଥିଲେ। କରୋନା କାଳରେ ଆତ୍ମନିର୍ଭରଶୀଳ ହେବା ସହ ତାଙ୍କ ହାତ ତିଆରି ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି ହେଉଛି। ଭଲ ଦି’ ପଇସା ସେ ରୋଜଗାର କରୁଛନ୍ତି। ତାଙ୍କ ଦୋକାନରେ ନିୟୋଜିତ କର୍ମଚାରୀଙ୍କୁ ସେ ରୋଜଗାର ଯୋଗାଇ ଦେଉଛନ୍ତି।

କାଠ, ବାଉଁଶ, କାଗଜ, ମୃଦୁ ପାନୀୟ ପିଆଯାଉଥିବା ଷ୍ଟ୍ର(ପାଇପ୍), ପ୍ଲାଷ୍ଟିକ୍ ଆଦି ସାମଗ୍ରୀରେ ସେ ତାଙ୍କ କଳାର ଯାଦୁ ଦେଖାନ୍ତି। ଦେଶ, ବିଦେଶରେ ଅନଲାଇଇନ୍ ଜରିଆରେ ବିଭିନ୍ନ ସାମଗ୍ରୀର ବ୍ୟବସାୟ କରୁଥିବା ଆମାଜନ୍ ଜରିଆରେ ସେ ନିଜ ସାମଗ୍ରୀକୁ ବିକ୍ରି ପାଇଁ ଯୋଜନା କରିଥିଲେ। ପଞ୍ଜୀକରଣ କରିଥିଲେ ବି ତାଙ୍କୁ ସେତେଟା ସହାୟତା ମିଳି ନଥିଲା। ଓଡ଼ିଶା ଦାୟିତ୍ୱରେ ଥିବା ଆମାଜନ୍ ସଂସ୍ଥାର କାର୍ଯ୍ୟକର୍ତ୍ତା ତାଙ୍କୁ ସହାୟତା ଯୋଗାଇଲେ। ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ରୋହିତ। ହାତ ତିଆରି ଭଳିକି ଭଳି ସାମଗ୍ରୀଗୁଡ଼ିକୁ ସେ ଆମାଜନକୁ ପଠାନ୍ତି। ସେଠାରୁ ଏହାର ଦାମ୍ ଧାର୍ଯ୍ୟ ହୁଏ। ଆଉ ସେ ସାମଗ୍ରୀ ପଠାଇ ଦିଅନ୍ତି। ଠିକ୍ ସମୟରେ ତାଙ୍କୁ ତାଙ୍କ ପାଉଣା ମିଳିଯାଏ କହନ୍ତି ସେ। କେବଳ ରାଜ୍ୟରେ ନୁହେଁ, କେରଳ ସହ ତେଲେଙ୍ଗାନା, ଆସାମ ଭଳି ବିଭିନ୍ନ ରାଜ୍ୟକୁ ତାଙ୍କ ହାତ ତିଆରି ସାମଗ୍ରୀ ଯାଏ। ଲୋକେ ବି ପ୍ରଶଂସା କରନ୍ତି। କେବଳ ହାତ ନୁହେଁ, ଏବେ ସେ କାମ ପାଇଁ ଯନ୍ତ୍ରାଂଶ(ମେସିନ) ବି ବ୍ୟବହାର କଲେଣି। ତାଙ୍କ ଦୋକାନରେ ବର୍ତ୍ତମାନ ସମୟରେ ୮ଜଣ କର୍ମଚାରୀ କାମ କରୁଥିବା ବେଳେ ପରୋକ୍ଷରେ ୫୦ରୁ ଉର୍ଦ୍ଧ ମହିଳା କାମ କରୁଛନ୍ତି। ଏହି ମହିଳାମାନେ ଘରେ ରହି କୁନ୍ଦନ, ଚୁମକି ଲଗାଇବା, ବାଉଁଶ ଚାଞ୍ଛିବା ଆଦି କାମ କରିଥାନ୍ତି କହିଛନ୍ତି ରୋହିତ। ତାଙ୍କ କାମ ଅନୁସାରେ ପାରିଶ୍ରମିକ ଦିଆଯାଏ।
ସୂଚନାଯୋଗ୍ୟ ଯେ, କଳା ଶିକ୍ଷକ ଭାବେ ରୋହିତଙ୍କୁ ନିଯୁକ୍ତି ମିଳିଥିଲା। ସେତେବେଳେ ଦରମା ମାତ୍ର ୧୫ଶହ ଟଙ୍କା ଥିଲା। ସେ ଚାକିରି ପ୍ରତି ଦୃଷ୍ଟି ନଦେଇ ନିଜ ଗୋଡରେ କେମିତି ଠିଆ ହେବେ ସେ ଉଦ୍ୟମ ଚଳାଇଥିଲେ। କେବଳ ବଲାଙ୍ଗିରରେ ତାଙ୍କ ଦୋକାନ ସୀମିତ ନାହିଁ। ଖୋର୍ଦ୍ଧା ଚାନ୍ଦପୁରରେ ତାଙ୍କ ଦୋକାନର ଏକ ଶାଖା ମଧ୍ୟ ରହିଛି। ରୋହିତ କହିଛନ୍ତି ଯେ ମୋ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପୀ ସାମଗ୍ରୀ ତିଆରି ପାଇଁ ଅଧିକ ଯନ୍ତ୍ରାଂଶ ଆଣିବା ସହ ଅନେକ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। କରୋନା କାରଣରୁ ପଛଘୁଞ୍ଚା ଦେଉଥିଲେ ବି ମୋ ସାମଗ୍ରୀ କେବଳ ରାଜ୍ୟ କି ରାଜ୍ୟ ବାହାରେ ନୁହେଁ, ଦେଶ ବିଦେଶରେ ପହଞ୍ଚୁ। ଲୋକେ ଜାଣନ୍ତୁ ଏବଂ ଓଡ଼ିଶାର ହସ୍ତଶିଳ୍ପ ବିଶ୍ବ ଦରବାରରେ ଆଦୃତି ଲାଭ କରୁ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories