Patra electronics

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ଦାବି ଜୋର ଧରିଲା 

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି । ବର୍ଷ ବର୍ଷ ଧରି ଦାବୀ ଧାରଣା ଓ ଅନଶନ ସତ୍ତ୍ୱେ ରାଜ୍ୟ ସରକାର ଏହି ସବୁ ପଦବୀ ପୂରଣ ଦିଗରେ ଆଗ୍ରହ ରଖୁ ନାହାନ୍ତି । ବିଶେଷକରି ପଟଣା ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୨୨୦ ନଂ ଜାତୀୟ ରାଜପଥ ସହ ପାଟଣା କେନ୍ଦୁଝର ରାସ୍ତା ଓ ଅନ୍ୟାନ୍ୟ ଗ୍ରାମ୍ୟ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ଭରସା ରଖୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତଙ୍କ ଚିକିତ୍ସା ପାଇଁ ଏଠାରେ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ପଦବୀ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ପାରିନାହିଁ । ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କେବଳ ପାଟଣା ଅଞ୍ଚଳ ନୁହେଁ ସାହାରପଡା ବ୍ଲକର  ୧୦ ରୁ ୧୨ଟି ପଞ୍ଚାୟତ ଘଟଗାଁ ବ୍ଲକର ପାଖାପାଖି ୧୦ ଗୋଟି ପଞ୍ଚାୟତ ଅଞ୍ଚଳର ଲକ୍ଷାଧିକ ଲୋକ ନିର୍ଭରଶୀଳ ଥିବାବେଳେ ଶିଶୁ ରୋଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବାରୁ ଅଞ୍ଚଳର ଶିଶୁ ମାନଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଅଥବା କଟକ ବଡ଼ ଡାକ୍ତରଖାନା ନେବାକୁ ପଡୁଛି। ସେହିପରି ସ୍ଥାୟୀ ଭେଷଜ ବିଶେଷଜ୍ଞ ପଦବୀ ମଧ୍ୟ ଖାଲି ପଡିଥିବା ଦେଖାଯାଇଛି । ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ପାହାଡିଆ ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ସାପକାମୁଡ଼ାରେ ୨୦ରୁ ଉର୍ଦ୍ଧ୍ବ ଶିଶୁ ଓ ଲୋକ ପ୍ରାଣ ହରାଉଥିବାବେଳେ ପାଟଣାରେ ସର୍ପାଘାତ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ନାହିଁ । ଯାହାଫଳରେ ସାପ କାମୁଡ଼ିଲେ ମୃତ୍ୟ ନିଶ୍ଚିତ ବୋଲି ଅଞ୍ଚଳବାସୀ ଧରି ନେଲେଣି । ଖାଲି ପଡିଥିବା ଶିଶୁରୋଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ପଦବୀ ପୂରଣ ପାଇଁ ପାଟଣା ଅଞ୍ଚଳବାସୀ ଦୃଢ଼ ଦାବି କରିବା ସହ ଏଠାରେ ଠିକା ଡାକ୍ତର ନୁହେଁ ସ୍ଥାୟୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ପାଟଣା ରେ ବହୁ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି ।

Comments are closed.