www.samajalive.in
Monday, December 15, 2025
24.1 C
Bhubaneswar

ଉତ୍କଳମଣିଙ୍କୁ ‘ଭାରତ ରତ୍ନ’ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ଭୁବନେଶ୍ୱର  : ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଦିଆଯିବା ନେଇ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟ ତରଫରୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଶନିବାର ସଂସ୍ଥାର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ରଙ୍କ ପ୍ରତିନିଧିତ୍ୱରେ ସମାଜସେବୀ ସଞ୍ଜୟ କୁମାର ପରିଡ଼ା, ମାନି ପଣ୍ଡା, ଗୁରୁ ପ୍ରସାଦ ମହାନ୍ତି ଏବଂ ସାମ୍ବାଦିକ ବିଜୟ ଦାଶ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ବର୍ତ୍ତମାନ ସୁଦ୍ଧା ୪୮ଜଣ ବ୍ୟକ୍ତିବିଶେଷଙ୍କୁ ଦିଆଯାଇ ଥିବାବେଳେ ତନ୍ମଧ୍ୟରୁ ୧୪ ଜଣଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ସମ୍ମାନ ମିଳିଛି। ଓଡ଼ିଶାର କୌଣସି ବରପୁତ୍ରଙ୍କୁ ଏହି ସମ୍ମାନ ନ ମିଳିବା ଅତ୍ୟନ୍ତ ଦୁଃଖଦ ବିଷୟ । ଗୋପବନ୍ଧୁଙ୍କ ଜୀବନବ୍ୟାପୀ ସାଧନା ତଥା ଅବଦାନକୁ ବର୍ଣ୍ଣନା କରି ଏକ ସ୍ମାରକ ପତ୍ର ପ୍ରସ୍ତୁତ କରାଯାଇ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories