www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ​ଦିଲ୍ଲୀର ମାର୍କେଟ ସହ କିଛି ସ୍ୱତନ୍ତ୍ର ସ୍ଥାନ ବିଷୟରେ

ସୁଲତାନପୁର – ସୁଲତାନପୁର ରାଷ୍ଟ୍ରୀୟ ଉଦ୍ୟାନ ପକ୍ଷୀପ୍ରେମୀଙ୍କ ପାଇଁ ସବୁଠାରୁ ଉତ୍ତମ ସ୍ଥାନ ଅଟେ। ଏହି ସ୍ଥାନ ପକ୍ଷୀ ଓ ଝରଣାର ସୌନ୍ଦର୍ୟ୍ୟ ପାଇଁ ପର୍ୟ୍ୟଟଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ବିଦେଶରୁ ଆସୁଥିବା ପକ୍ଷୀମାନେ ପ୍ରାୟ ସେପ୍ଟେମ୍ବର ମାସରୁ ଆସି ପ୍ରାୟ ମାର୍ଚ୍ଚ ମାସ ପର୍ୟ୍ୟନ୍ତ ଏଠାରେ ରହିଥାଆନ୍ତି। ପ୍ରାୟ ୨୫୦ ପ୍ରକାର ପକ୍ଷୀମାନଙ୍କର ପ୍ରଜାତି ଏଠାରେ ଦେଖିବାକୁ ମିଳିଥାଏ। ଦିଲ୍ଲୀ ଠାରୁ ୪୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନ ପର୍ୟ୍ୟଟକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ନୈନିତାଲ ହ୍ରଦ – ଏଠାରେ କମ ଟଙ୍କା ଖର୍ଚ୍ଚ କରି ଆପଣ ଅଧିକ ଆନନ୍ଦ ପାଇପାରିବେ। ଏହାର ନିକଟରେ ସ୍ୱାଦିଷ୍ଟ ଭୋଜନ ମଧ୍ୟ ମିଳିଥାଏ। ଏଠାକାର ରମଣୀୟ ପରିବେଶ ଦୃଶ୍ୟ ମଧ୍ୟରେ ଆପଣଙ୍କୁ ଖୁବ ଶାନ୍ତି ଅନୁଭୂତ ହେବ। ଅଧିକାଂଶ ଲୋକେ ନିଜ ପରିବାର ସହ ଏଠାକୁ ଯାଇ ବେଶ ଆନନ୍ଦିତ ହୋଇଥାଆନ୍ତି।
ଓଖଲା ପକ୍ଷୀ ଅଭୟାରଣ୍ୟ – ଏଠାରେ ୩୦୦ ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାଏ। ଏହି ସ୍ଥାନ ଦିଲ୍ଲୀ ଓ ନୋଏଡ଼ାର ସୀମାରେ ରହିଛି। ବିଦେଶରୁ ଆସୁଥିବା ଭିନ୍ନ ଭିନ୍ନ ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ପାଇବେ। ଏହାଛଡ଼ା ଏଠାକାର ମନଲୋଭା ପ୍ରାକୃତିକ ସୌନ୍ଦର୍ୟ୍ୟ ସମସ୍ତଙ୍କ ମନକୁ ବିମୋହିତ କରିଥାଏ।
ଦମଦମା ହ୍ରଦ – ଯଦି ଆପଣ ପରିବାର ସହ ପିକନିକ ଯିବାକୁ ଇଚ୍ଛା କରୁଛନ୍ତି ତେବେ ଏହା ଏକ ଉତ୍ତମ ସ୍ଥାନ ଅଟେ। ଏହା ଦିଲ୍ଲୀ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ରହିଛି। ଏଠାରେ ଆପଣ ନୌକା ବିହାରର ମଜା ନେଇପାରିବେ।
ପୋଷାକ, ଜୋତାଚପଲ , ବ୍ୟାଗ ଅଥବା ମେକଅପ ଦ୍ରବ୍ୟ ହେଉ ଦିଲ୍ଲୀରେ ଶସ୍ତା ଓ ଉତ୍ତମ ଧରଣର ମିଳିଥାଏ। ଫ୍ୟାସନର ତାଲିକାରେ ବିଶେଷ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଥିବା ସୁନ୍ଦର ସୁନ୍ଦର ଇମିଟେସନ ଓ ବିଭିନ୍ନ ନୂତନ ଡ଼ିଜାଇନର ଗହଣାର ମଧ୍ୟ ଚାହିଦା ଏଠାରେ ଖୁବ ଅଧିକ। ପୋଷାକ ଓ ଚପଲ ସହ ମ୍ୟାଚିଙ୍ଗ କଲାଭଳି ଖୁବ ସୁନ୍ଦର ସୁନ୍ଦର ଡ଼ିଜାଇନର ‘ଫଙ୍କି ଜୁଏଲରୀ’ ମଧ୍ୟ ଏଠାରେ ମିଳେ। ଯାହା କଲେଜ ଓ କାର୍ୟ୍ୟାଳୟରେ କାମ କରୁଥିବା ଯୁବତୀ ଓ ମହିଳାଙ୍କୁ ବେଶ ପସନ୍ଦ। ଜାଣନ୍ତୁ ଦିଲ୍ଲୀର ଏଭଳି ଜିନିଷ ମିଳୁଥିବା ମାର୍କେଟ ବିଷୟରେ….
ସରୋଜିନୀ ମାର୍କେଟ –
ଏହି ମାର୍କେଟରେ ଆପଣ ନିଜ ମନ ପସନ୍ଦର ସମସ୍ତ ଫ୍ୟାସନ ଦ୍ରବ୍ୟ ପାଇପାରିବେ। ଏଠାକାର ଚାହିଦା ଏତେ ଅଧିକ ଯେ, ପ୍ରତିଦିନ ବହୁ ସଂଖ୍ୟାରେ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ଏହି ମାର୍କେଟଟି ଖୁବ ବଡ଼ ମଧ୍ୟ। ତେଣୁ ଧୈର୍ୟ୍ୟ ସହ ଏଠାରେ ଆପଣଙ୍କୁ ଜିନିଷ କିଣିବାକୁ ପଡ଼ିବ। ଏଠାରେ ଶସ୍ତାରେ ପାରମ୍ପରିକ ପୋଷାକ ସହ ଅନ୍ୟାନ୍ୟ ସମସ୍ତ ଡ଼ିଜାଇନର ପୋଷାକ ମଧ୍ୟ ଏଠାରେ ମିଳେ।
ପହାଡ଼ଗଞ୍ଜ –
ପହାଡ଼ଗଞ୍ଜର ସରୁ ଓ ଭିଡ଼ ଥିବା ଗଳିରେ ଯିବା ପାଇଁ ଆପଣଙ୍କୁ ଖୁବ ଧୈର୍ୟ୍ୟ ଆବଶ୍ୟକ। ମାତ୍ର ଯଦି ଆପଣଙ୍କୁ ସୁନ୍ଦର ଓ ଶସ୍ତା ଜୁଏଲରୀ ଓ ଫ୍ୟାସନର ବିଭିନ୍ନ ଦ୍ରବ୍ୟ କିଣିବାକୁ ଇଚ୍ଛା, ତେବେ ଏଠାକୁ ନିଶ୍ଚୟ ଯାଆନ୍ତୁ। ଏଠାରେ ହୋଲସେଲ ମାର୍କେଟ ମଧ୍ୟ ରହିଛି। ବହୁ ସୁନ୍ଦର ସୁନ୍ଦର କାନ ଝୁମୁକା ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଏଠାରେ ମିଳେ।
ତିବେତନ ମାର୍କେଟ –
ଏହି ମାର୍କେଟରେ ଚାନ୍ଦି ରଙ୍ଗର କିମ୍ବା ସିମେଣ୍ଟ ରଙ୍ଗର ମେଟାଲ୍‍ରେ ନିର୍ମିତ ସମସ୍ତ ପ୍ରକାରର ଜୁଏଲରୀ ମିଳିଥାଏ। ହାର, ବେସଲେଟ୍‍, କାନଝୁମୁକା ଆଦି ସବୁକିଛି ମିଳିଥାଏ। ଏହି ସବୁ ଜୁଏଲରୀ ଏଠାରେ ଖୁବ ଶସ୍ତାରେ ମଧ୍ୟ ମିଳିଥାଏ।
ଦରୀବା କାଲନ, ଚାନ୍ଦନୀ ଚୌକ୍‍ –
ଏଠାରେ ବିଭିନ୍ନ ଡ଼ିଜାଇନ ସୁନ୍ଦର ସୁନ୍ଦର ଜୁଏଲରୀ ମିଳିଥାଏ। ଦାମ ମଧ୍ୟ କମ ହୋଇଥାଏ। ତେଣୁ ଏଠାରେ ବର୍ଷସାରା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଭିନ୍ନ ଭିନ୍ନ ରଙ୍ଗବେରଙ୍ଗର ଭାରୀ ଓ ହାଲକା ଉଭୟ ପ୍ରକାରର ଜୁଏଲରୀ ମିଳେ। ଚାନ୍ଦିର ଗହଣା ମଧ୍ୟ ଏଠାରେ ଶସ୍ତାରେ ମିଳିଥାଏ।
ବର୍ତ୍ତମାନ କରୋନା ମହାମାରୀ କାରଣରୁ ଏହି ସମସ୍ତ ସ୍ଥାନକୁ ଯିବା ପାଇଁ କଟକଣା ଜାରି କରାଯାଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories