www.samajalive.in
Saturday, December 6, 2025
14.1 C
Bhubaneswar

ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କରୋନାର ୨ୟ ତରଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସଭିଁଙ୍କ ପାଇଁ ବିରାଟ ସମସ୍ୟା ଆଣି ଦେଇଛି। ଦେଶରେ କେତେକ ସ୍ଥାନରେ ହସ୍ପିଟାଲରେ ବେଡ ମିଳୁନଥିବା ବେଳେ ଅମ୍ଳଜାନ ମଧ୍ୟ ଏକ ସମସ୍ୟା ପାଲଟିଛି। ବର୍ତ୍ତମାନ ପରିସ୍ଥିତିରେ କରୋନା ସହ ଲଢିବା ପାଇଁ ତଥା ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ କିଛି ସ୍ୱତନ୍ତ୍ର ଉପାୟ ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏହାସହ ଏହି ସମୟରେ ଫୁସଫୁସ ସୁସ୍ଥ ରଖିବା ସହ ଏହା ଉପରେ ଯେପରି କୁପ୍ରଭାବ ନପଡେ ସେଥିପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ଫୁସଫୁସ ସୁସ୍ଥ ରହିବା ପାଇଁ କେତେକ ଉପାୟ ସହ କିଛି  ସ୍ୱତନ୍ତ୍ର ଖାଦ୍ୟ ବିଷୟରେ ……
ମଦ୍ୟପାନ ଦ୍ୱାରା ଫୁସଫୁସ ଉପରେ କୁପ୍ରଭାବ ପଡିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ। ତେଣୁ ମଦ୍ୟପାନ କରନ୍ତୁ ନାହିଁ।
ଲୁଣ ବିନା ଖାଦ୍ୟ ସ୍ୱାଦ ହୀନ। ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ମାତ୍ର ଯଦି ଆପଣ ଅଧିକ ମାତ୍ରାରେ ଲୁଣର ସେବନ କରୁଥାଆନ୍ତି, ଏହା ଫୁସଫୁସ ପାଇଁ ଖୁବ କ୍ଷତିକାରକ। ତେଣୁ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଲୁଣର ସେବନ କରନ୍ତୁ ନାହିଁ।
ଅଧିକ ଛଣାଛଣି ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ବିଶେଷ କରି ବର୍ତ୍ତମାନ ସମୟରେ ବାହାରେ ବିକ୍ରି ହେଉଥିବା ଛଣାଛଣି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ। ଏହା ଶରୀରରେ ଗ୍ୟାସଟିକ ସୃଷ୍ଟି କରିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଏହାସହ ମୋଟାପଣ ବୃଦ୍ଧି ହୋଇଥାଏ। ଏଭଳି ଖାଦ୍ୟ ଫୁସଫୁସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଅଧିକ ମାତ୍ରାରେ ମୃଦୁ ପାନୀୟର ସେବନ କରିବା ମଧ୍ୟ ଉଚିତ ନୁହେଁ। ସପ୍ତାହରେ ୫ଟି ରୁ ଅଧିକ ମୃଦୁ ପାନୀୟ ସେବନ କରୁଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଫୁସଫୁସ ଉପରେ ଏହାର କୁପ୍ରଭାବ ପଡିଥାଏ। ଏଥିରେ ଶର୍କରାର ମାତ୍ରା ଅଧିକ ଥିବାରୁ ଏହାର ଅଧିକ ସେବନ କ୍ଷତିକାରକ।
ଧୂମ୍ରପାନ ସେବନ ମଧ୍ୟ ଫୁସଫୁସ ପାଇଁ ଖୁବ କ୍ଷତିକାରକ। ତେଣୁ ଏଥିରୁ ନିଜକୁ ଦୂରେଇ ରଖନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories