www.samajalive.in
Saturday, December 6, 2025
23.1 C
Bhubaneswar

ସୁନାର ଅଳଙ୍କାର ଉପହାରରେ ମିଳିବା ; ଦେଇଥାଏ ଶୀଘ୍ର ବିବାହ ହେବାର ସଙ୍କେତ

ମାନ୍ୟତା ଅନୁଯାୟୀ, ଏପରି କିଛି ସ୍ୱପ୍ନ ରହିଛି, ଯାହାର ସଙ୍କେତ ବିବାହ ହେବାର ସୂଚନା ଦେଇଥାଏ।
୧- ଯଦି କୌଣସି ଯୁବକ ସ୍ୱପ୍ନରେ ସୁନ୍ଦର ରଙ୍ଗର ପୋଷାକ କିମ୍ବା କୌଣସି ମହିଳା,ଝିଅ ସୁନ୍ଦର ରଙ୍ଗର ପୋଷକ ପିନ୍ଧିଥିବା ଦେଖନ୍ତି, ତେବେ ଆପଣଙ୍କୁ ଶାନ୍ତ ଧେର୍ୟ୍ୟବାନ ସ୍ତ୍ରୀ ପ୍ରାପ୍ତି ହେବ।
୨- ସ୍ୱପ୍ନରେ ସୁନାର ଅଳଙ୍କାର ଉପହାର ମିଳିବା ଦେଖିଲେ, ଏହା ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ।
୩- ପ୍ରେମୀଯୁଗଳ ଯଦି ଆପଣଙ୍କ ସ୍ୱପ୍ନରେ ବଗିଚାରେ ବୁଲୁଥିବାର ଦେଖିଲେ, ପ୍ରେମରେ ଶୀଘ୍ର ସଫଳତା ମିଳିଥାଏ।
୪- ସ୍ୱପ୍ନରେ ବିଲେଇ ଦେଖିଲେ , ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇ ପାରେ।
୫- ସ୍ୱପ୍ନରେ ମୟୁର ପୁଚ୍ଛ କିମ୍ବା ବଂଶୀ ଦେଖିବା ଉତ୍ତମ ଜୀବନସାଥୀ ସହ ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ।
ବିବାହ ସହ ଜଡିତ ଜନ୍ମ ତାରିଖ
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୧,୧୦,୧୯,୨୮ ତାରିଖରେ ହୋଇଥାଏ। ତାଙ୍କ ମୂଲ୍ୟାଙ୍କ ୧ ହୋଇଥାଏ। ଏହି ମୂଲ୍ୟାଙ୍କ ଥିବା ବ୍ୟକ୍ତି ମାନେ ଲାଜକୁଳା ସ୍ୱଭାବର ଅଟନ୍ତି। ଏହି ଅଙ୍କ ସୂର୍ୟ୍ୟଙ୍କର ପ୍ରତୀକ ଅଟେ। ଏହାସହ ଏପରି ବ୍ୟକ୍ତିମାନଙ୍କର ପ୍ରେମ ବିବାହର ଆଶଙ୍କା କମ ଥାଏ।
ଯେଉଁମାନଙ୍କର ଯେକୌଣସି ମାସର ୨,୧୧,୨୦ ଓ ୨୯ ତାରିଖରେ ଜନ୍ମ, ସେମାନଙ୍କ ମୂଲ୍ୟାଙ୍କ ୨। ଏଭଳି ଲୋକେ ବହୁ ଭାବି ଚିନ୍ତି ପ୍ରେମ ସଂପର୍କ ସ୍ଥାପନ କରିଥାଆନ୍ତି। ପ୍ରେମର ସଂପର୍କକୁ ମଧ୍ୟ ଖୁବ ସଚ୍ଚୋଟତାର ସହ ଗ୍ରହଣ କରିବା ସହ ନିଜ ସାଥିଙ୍କୁ ଖୁବ ସମ୍ମାନ ଦେଇଥାଆନ୍ତି। ତେଣୁ ଏଭଳି ବ୍ୟକ୍ତିମାନେ ପ୍ରେମ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଯେକୌଣସି ମାସର ୩,୧୨,୨୧ ଓ ୩୦ ତାରିଖରେ ଜନ୍ମ ହୋଇଥାଏ , ସେମାନଙ୍କ ମୂଲ୍ୟାଙ୍କ ୩। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକାଂଶ ପ୍ରେମ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଯେକୌଣସି ମାସର ୫,୧୪ ଓ ୨୩ ଏହି ତାରିଖରେ ଜନ୍ମ ହୋଇଥାଏ, ଏଭଳି ବ୍ୟକ୍ତି ପାରମ୍ପରିକ ସଂପର୍କରେ ଅଧିକ ବିଶ୍ୱାସ କରିଥାଆନ୍ତି। ତେଣୁ ଏହି ପ୍ରକାରର ବ୍ୟକ୍ତି ଅଧିକାଂଶ ପରିବାର ଲୋକଙ୍କ ଇଚ୍ଛାରେ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଯେକୌଣସି ମାସର ୬, ୧୫ ଓ ୨୪ ତାରିଖରେ ହୋଇଥାଏ, ସେମାନଙ୍କର ମୂଲ୍ୟାଙ୍କ ୬। ତେଣୁ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରେମ ବିବାହରେ ସଫଳତା ପାଇଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୭,୧୭ ଓ ୨୫ ତାରିଖରେ ହୋଇଥାଏ, ସେମାନଙ୍କର ମୂଲ୍ୟାଙ୍କ ୭। ଏମାନଙ୍କର ଅଧିକାଂଶ ପ୍ରସ୍ତାବିତ ବିବାହ ହୋଇଥାଏ।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୮,୧୭ ଓ ୨୬ ତାରିଖରେ ହୋଇଥାଏ, ସେମାନଙ୍କ ମୂଲ୍ୟାଙ୍କ୮। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରେମ ବିବାହ ହିଁ କରିଥାଆନ୍ତି। ତାଙ୍କ ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ମିଳିଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories