www.samajalive.in
Tuesday, December 9, 2025
15.1 C
Bhubaneswar

ଦିଲ୍ଲୀ ଓ ତେଲଙ୍ଗାନା କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସମେତ ୫୦ ଯୁବ ପଦାଧିକାରୀଙ୍କ ଇସ୍ତଫା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାମ ନେଉ ନାହିଁ। ଗୋଟିଏ ପଟେ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅଡ଼ି ବସିଥିବା ରାହୁଲ ଗାନ୍ଧୀଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଥିବା ବେଳେ ଅନ୍ୟ ପଟେ କଂଗ୍ରେସରେ ‘ବୃଦ୍ଧ ବନାମ ଯୁବ’ ଲଢେଇ ଆରମ୍ଭ ହୋଇଛି। ଏହି କ୍ରମରେ ଶୁକ୍ରବାର ଦିଲ୍ଲୀ ଏବଂ ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ସମେତ ପାଖାପାଖି ୫୦ ଯୁବ ନେତା ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଦିଲ୍ଲୀ କଂଗ୍ରେସ ବଡ଼ ନିଷ୍ପତ୍ତି କ୍ରମେ ସମସ୍ତ ବ୍ଲକ କଂଗ୍ରେସ କମିଟିକୁ ଭାଙ୍ଗି ଦେଇଛି। ଏହାସହ ଦିଲ୍ଳୀ କଂଗ୍ରେସ କମିଟି ଅଧ୍ୟକ୍ଷ ଶୀଲା ଦୀକ୍ଷିତ ୨୮୦ ବ୍ଲକ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କୁ ହଟାଇ ଦେଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ତଥା ବିହାର କଂଗ୍ରେସ ପ୍ରଭାରୀ ବୀରେନ୍ଦ୍ର ରାଠୋର, ରାଜେଶ ଧର୍ମାଣୀ, ବିଦେଶ ସେଲ ସମ୍ପାଦକ ବୀରେନ୍ଦ୍ର ବଶିଷ୍ଠ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅନୀଲ ଚୌଧୁରୀ, ଉତ୍ତରପ୍ରଦେଶର ପୂର୍ବତନ ପ୍ରଭାରୀ ପ୍ରକାଶ ଯୋଶୀ, ମିଡିଆ ପାନେଲିଷ୍ଟ ସଂଜୟ ଚୋପ୍ରା ପ୍ରମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ହରିୟାଣା ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷ ସୁମିତ୍ରା ଚୌହାନ ଦଳକୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ରାହୁଲ ଗାନ୍ଧୀ ନିଜ ଇସ୍ତଫା ନିଷ୍ପତ୍ତିରୁ ନଓହରିବା ପର୍ଯ୍ୟନ୍ତ ସେମାନେ ଦଳର କୌଣସି କାର୍ଯ୍ୟଭାର ନେବେ ନାହିଁ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories