ପୁଣି ଖରାପ ଶ୍ରେଣୀରେ ଦିଲ୍ଲୀରେ ବାୟୁର ଗୁଣବତ୍ତା
ଡେସ୍କ: ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ‘ଖରାପ’ ଶ୍ରେଣୀରେ ରହିଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଅପରାହ୍ନ ୪ଟାରେ ସମଗ୍ର ଦିଲ୍ଲୀ ଅଞ୍ଚଳରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୨୬ ରେକର୍ଡ କରାଯାଇଛି। ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ‘ଭଲ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’ ଏବଂ ୨୦୧ରୁ ୩୦୦ ‘ଖରାପ’ ବୋଲି ବିବେଚନା କରାଯାଏ।
Comments are closed.