www.samajalive.in
Monday, December 15, 2025
27.1 C
Bhubaneswar

ସିଫାରେ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ପାଳନ ସଂପର୍କିତ କୃଷକ ମେଳା ଓ ପ୍ରଦର୍ଶନୀ

ପିପିଲି :ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ପାଳନ ସଂର୍ପକିତ କୃଷକମେଳା ଓ ପ୍ରଦର୍ଶନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସିଫାର ଏସ୍ସିଏସ୍ପି ପ୍ରକଳ୍ପ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୫୦ ପୁରୁଷ ଓ ମହିଳା ମତ୍ସ୍ୟଚାଷୀ ଯୋଗଦେଇଥିଲେ। ଏହି ଅବସରରେ ସେଠାରେ ଏକ କୃଷି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ସିଫାର ନିର୍ଦ୍ଦେଶକ ଡଃ ପି. କେ.ସାହୁ ଏହାକୁ ଉଦ୍‍ଘାଟନ କରିବା ଅବସରରେ ସିଫା ଦ୍ୱାରା ଉଦ୍ଭାବିତ ବିଭିନ୍ନ ଜ୍ଞାନକୌଶଳ ସଂପର୍କରେ ଆଲୋକପାତ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମତ୍ସ୍ୟଚାଷୀମାନେ ନିଜର ରୋଜଗାରକୁ ବହୁଗୁଣିତ କରିପାରିବେ ବୋଲି ଆଶାବ୍ୟକ୍ତ କହିଥିଲେ। କୃଷିର ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ୩ଜଣ ସଫଳ ମହିଳା କୃଷି ଉଦ୍ୟୋଗୀଙ୍କ ସଂପର୍କରେ ସେ ଆଲୋକପାତ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ହେଉଥିବା ପଦାର୍ଥ ଗୁଡ଼ିକର ବ୍ରାଣ୍ଡିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ପୁରୀ ଜିଲା ମତ୍ସ୍ୟ ଉପ-ନିର୍ଦ୍ଦେଶକ ଜଗଦୀଶ ପଣ୍ଡା ଯୋଗଦେଇ ମତ୍ସ୍ୟଚାଷ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

- Advertisement -

ସିଫା ଏସ୍ସିଏସ୍ପି ସଂଯୋଜକ ଡଃ ଏଚ୍.କେ. ଦେ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ତଫସିଲ ଭୁକ୍ତ ଚାଷୀମାନଙ୍କ ଉନ୍ନତି ପାଇଁ ସିଫା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଗ୍ରଣୀ ମହିଳା କୃଷିଜୀବି କୁମୁଦିନୀ ସ୍ୱାଇଁ (ସିଇଓ, ମହିରା ଏଫ୍ପିଓ), ସସ୍ମିତା ସାହୁ (ଅଭିପ୍ସା ଆଇଏଫ୍ଏସ୍) ଓ ସୁକାନ୍ତୀ ବେହେରା (କତାଶିଳ୍ପ ଉଦ୍ୟୋଗୀ) ଙ୍କୁ ସଂବର୍ଦ୍ଧିତ କରାଯାଇଥିଲା।

ସିଫାର ବୈଜ୍ଞାନିକ ପି. ସି. ଦାସ, ଏସ୍. କେ. ସାହୁ, ଏସ୍. ଏସ୍. ମିଶ୍ର, ପି. ରାଉତରାୟ, କେ. ସି. ଦାସ, ଏସ୍. ଏନ୍. ସେଠୀ, ସି. କେ. ମିଶ୍ର, ଏନ୍. କେ. ବାରିକ, ଡଃ କେ. ମୁର୍ମୁ, ଡି. ପଣ୍ଡା ପ୍ରମୁଖ ସେଠାରେ ଆୟୋଜିତ କୃଷକ ଓ ବୈଜ୍ଞାନିକଙ୍କ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ କୃଷକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନର ସୂତ୍ର ପ୍ରଦାନ କରିଥିଲେ। ଶେଷରେ ଏସ୍. ଏନ୍. ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories