www.samajalive.in
Sunday, December 14, 2025
26.1 C
Bhubaneswar

କଲ୍ୟାଣସିଂହପୁର ବ୍ଳକରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଲେ ୧୦୪୧ ବିଦ୍ୟାର୍ଥୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକରେ ଚଳିତ ମାସ ୨୦ ତାରିଖରୁମାର୍ଚ୍ଚ ୪ତାରିଖ ପର୍ୟ୍ୟନ୍ତ ମାଟ୍ରିକ ବା ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେଉଛି। କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ନୋଡାଲ ସେଣ୍ଟର ଅଧୀନରେ ୫ଟିସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେଉଛି। କଲ୍ୟାଣସିଂହପୁର ସେଣ୍ଟରରେ ୧୯୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ରହିଥିଲା। ସେଥି ମଧ୍ୟରୁ ୧୯୦ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୨ଜଣ ଅନୁଉପସ୍ଥିତ ରହିଛନ୍ତି । ଜଗନ୍ନାଥ ପୁର ସେଣ୍ଟର ରେ ୧୫୭ଜଣ ପରୀକ୍ଷା ଦେବା ପାଇଁ ରହିଥିଲା ।

ସେଥି ମଧ୍ୟରୁ୧୫୬ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧ଜଣ ଅନୁଉପସ୍ଥିତ,ଶିକରପାଇ ସେଣ୍ଟର ୨୭୪ ଜଣ ବିଦ୍ୟାର୍ଥୀ ରହିଥିଲେ । ସେଥି ମଧ୍ୟରୁ ୨୬୨ ଜଣ ପରୀକ୍ଷା ଦେଇଥିବା ବେଳେ୧୨ଜଣ ଅନୁଉପସ୍ଥିତ ରହିଥିଲେ, ବୁଡ଼ାଗୁଡା ସେଣ୍ଟର ରେ ୨୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରହିଥିଲେ । ସେଥି ମଧ୍ୟରୁ୨୬୪ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ୧୦ଜଣ ଅନୁଉପସ୍ଥିତ ରହିଥିଲେ। ସେହିପରି କଲୋନରା ବ୍ଳକ ର ରିଭଲକୋଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରହିଥିଲେ,ସେଥିରୁ ବେଳେ ୧୬୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁଉପସ୍ଥିତ ରହିଥିବା ନୋଡାଲ ସେଣ୍ଟରୁ ସୂଚନା ମିଳିଛି ।ସ୍ଥାନୀୟ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ ସୁପରିଟେଣ୍ଟ ଭାବରେ ରହିଥିବା ବେଳେ ଡେ଼ପୁଟି ସୁପର ସୁପରିଟେଣ୍ଡ ଭାବେ ଉମାଶଙ୍କର ଖରା ଦୁହେଁ ନୋଡାଲ ଓ ପରୀକ୍ଷା କେନ୍ଦ୍ର ପରିଚାଳକ ଭାବରେ ରହିଛନ୍ତି।

- Advertisement -

ଜଗନ୍ନାଥ ପୁର ବିଦ୍ୟାଳୟ ରେ କଳ୍ପନା ସୁନାନୀ ସୁପରିଟେଣ୍ଡର ,ଡେପୁଟି ସୁପରିଟେଣ୍ଡର ଦୀପା ସାହୁକାର, ବୁଡ଼ାଗୁଡା ରେ ସୁପରିଟେଣ୍ଡର ଶ୍ରୀନିବାସ ଦାସ, ଶିକରପାଇ ରେ ରଞ୍ଜିତ କୁମାର ଗିରି ସୁପରିଟେଣ୍ଡର,ଡେପୁଟି ସୁପରିଟେଣ୍ଡର ତାପସ କୁମାର ଦଳେଇ ଓ ରିଭଲକଣା ରହିଥିଲେ ।ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନେବା ଆଣିବା ପାଇଁ ମୋନାଜ କୁମାର ସାହୁକର ,ଉପେନ୍ଦ୍ର କୁମାର ରାଉତରାୟ ରହିଥିଲେ ।ପୁଲିସ ର ସୁରକ୍ଷା ରେ ଶାନ୍ତି ଶୃଙ୍ଖଳାରେ ପ୍ରଥମ ଦିନ ଭାଷା ପରୀକ୍ଷା ସରିଥିବା ନୋଡାଲ ସେଣ୍ଟରରୁ ଜଣାପଡିଛି ।ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ସ୍ୱାର୍ଡ ଦଳ ପରିଦର୍ଶନ କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories