ପଶ୍ଚିମବଙ୍ଗରେ ସାମ୍ବାଦିକ ଅଟକ ଘଟଣାରେ ରିପୋର୍ଟ ମାଗିଲେ ମାନବାଧିକାର ଆୟୋଗ

ଡେସ୍କ: ପଶ୍ଚିମବଙ୍ଗରେ ଜଣେ ଟିଭି ସାମ୍ବାଦିକଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ଅଭିଯୋଗକୁ ଜାତୀୟ ମାନବାଧିକାର ଆୟୋଗ ଆଜି ସ୍ୱତଃ ଗ୍ରହଣ କରିଛନ୍ତି। ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକଙ୍କୁ ଅଟକ ରଖାଯାଇଥିଲା। ଏହା ମାନବାଧିକାର ଉଲ୍ଲଂଘନ ଏବଂ ପ୍ରେସ୍ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଭଳି ଗମ୍ଭୀର ପ୍ରସଙ୍ଗ ବୋଲି କମିଶନ କହିଛନ୍ତି। ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.