ଭୁବନେଶ୍ବର: ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡେଲାଙ୍ଗ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝି। ଅଙ୍ଗନବାଡ଼ି ଘର ନିର୍ମାଣ ଚୂଡ଼ାନ୍ତ ବିଲ୍ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରଜନୀକାନ୍ତ। ଏତିକି ବେଳେ ପୂର୍ବ ଯୋଜନା ମୁତାବକ ଚଢାଉ କରି ମାଡ଼ ବସିଥିଲା ଭିଜିଲାନ୍ସ ଟିମ୍। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କ ମଧ୍ୟ ଜବତ କରାଯାଇଛି। ଅପରପକ୍ଷେ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରଜନୀକାନ୍ତଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।



