ଜାଣନ୍ତୁ ଦୀପ ଜାଳିବାର ସଠିକ ଉପାୟ ଓ ଏହାର ମହତ୍ତ୍ୱ

0

ପୂଜା ସମୟରେ ‘ଦୀପ’ ଜଳାଇବା ଆବଶ୍ୟକ ହୋଇଥାଏ। ପଣ୍ଡିତ ମାନଙ୍କ କହିବା ଅନୁସାରେ ସଠିକ୍‍ ଉପାୟ ଅବଲମ୍ବନ କରି ଦୀପ ଜଳାଇବା ଦ୍ୱାରା ଦେବତା ପ୍ରସନ୍ନ ହୋଇଥା’ନ୍ତି। ଶାସ୍ତ୍ରରେ ମଧ୍ୟ ଦୀପ ଜାଳିବାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଜାଣି ରଖନ୍ତୁ ଦୀପ ଜାଳିବାର ସଠିକ୍‍ ପ୍ରଣାଳୀ ଓ ଦୀପ ଜାଳିବା ସମୟରେ କ’ଣ ଧ୍ୟାନ ରଖିବା ଉଚିତ୍‍।

– ଦୀପ ପରିଷ୍କାର ରହିବା ସହିତ ଟିକିଏ ବି ହେଲେ ଭାଙ୍ଗି ନଥିବା ଆବଶ୍ୟକ। କୌଣସି ପୂଜାରେ ଭଙ୍ଗା ଦୀପ ରଖିବା ସମ୍ପୂର୍ଣ୍ଣ ବର୍ଜିତ ହୋଇଥାଏ।
– ଦୀପକୁ ଏପରି ଜଳାଇବା ଆବଶ୍ୟକ ଯେପରି ପୂଜା ସମୟରେ ତାହା ଲିଭିବ ନାହିଁ ଓ ବହୁତ ସମୟ ଧରି ଜଳିରହିବ। ପୂଜା ଅଧାରେ ଦୀପ ଲଭିବା ଅଶୁଭ ହୋଇଥାଏ।
– କେବଳ ଘିଅ, ଟୋଲ କିମ୍ବା ଜଡ଼ାତେଲରେ ହିଁ ଦୀପ ଜାଳିବା ଆବଶ୍ୟକ। କିଛି ପଣ୍ଡିତମାନେ କୁହନ୍ତି ଯେ ଘିଅ ଦୀପ ଜଳାଇ ସଙ୍ଗେସଙ୍ଗେ ତେଲ ଦୀପ ଜଳାଇବା ଅନୁଚିତ।
– ଶାସ୍ତ୍ରରେ ଘିଅ ଦୀପକୁ ସର୍ବଶ୍ରେଷ୍ଠ କୁହାଯାଇଛି କାରଣ ଘିଅକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ।
– ପୂଜା ସରିବା ପରେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଦୀପ ଜଳିରହିବାକୁ ଶୁଭ ବୋଲି ମନେ କରାଯାଇଥାଏ। ସେଥିପାଇଁ ଦୀପରେ ଭଲଭାବେ ଘିଅ କିମ୍ବା ତେଲ ଦିଅନ୍ତୁ।

prayash

ଦୀପ ଜଳାଇବାର ମହତ୍ୱ :

ଦୀପ ମଣିଷକୁ ଅନ୍ଧକାରର ଜଞ୍ଜାଳରୁ ଆଲୋକର କିରଣକୁ ନେଇଯାଇଥାଏ ବୋଲି ଗ୍ରହଣ କରାଯାଇଛି। ଶାସ୍ତ୍ର ଅନୁସାରେ, ପୂଜାରେ ପଞ୍ଚାମୃତର ଅନେକ ମହତ୍ତ୍ୱ ରହିଛି ଓ ଘିଅ ଏହି ପଞ୍ଚାମୃତରୁ ଗୋଟିଏ। ସେଥିପାଇଁ ଘିଅ ଦୀପ ଜାଳିବା ସର୍ବୋତ୍ତମ ହୋଇଥାଏ। ଘିଅ ଦୀପ ଲିଭିବା ପରେ ମଧ୍ୟ ୪ ଘଣ୍ଟାରୁ ଅଧିକ ସମୟ ସେହି ପରିବେଶରେ ସାତ୍ତ୍ୱିକ ଶକ୍ତି ବ୍ୟାପି ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀପକୁ ସକାରାତ୍ମକତାର ପ୍ରତୀକ କୁହାଯାଏ ଓ ଏହାଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ।

kalyan agarbati
Leave A Reply