ଏଆଇସିଟିଇ ସ୍ୱୀକୃତି ନ ଥିବା ଇଞ୍ଜିନିୟରିଂ କଲେଜରେ ନାମଲେଖା ଉପରେ ସ୍ଥଗିତାଦେଶ

0

ନୂଆଦିଲ୍ଲୀ : ଓଡ଼ିଶା ଉଠାଜଳସେଚନ ନିଗମ ଏବଂ ରବିଶଙ୍କର ପେଟ୍ରୋ ଆଣ୍ଡ ଓଆର୍‌ଏସ୍‌ ମଧ୍ୟରେ ରହିଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିକ୍ରମେ ସର୍ବଭାରତୀୟ ପ୍ରାଦ୍ୟୋଗିକ ଶିକ୍ଷା ପରିଷଦ (ଏଆଇସିଟିଇ) ସ୍ୱୀକୃତି ଲାଭ କରି ନ ଥିବା ଡିମ୍‌ଡ ଏବଂ ଡିମ୍‌ଡ ହେବାକୁ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ ନାମଲେଖା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଛନ୍ତି। ଇଞ୍ଜିନିୟରିଂ ପାଠ୍ୟକ୍ରମ ଜାରି ରଖିବା ନିମନ୍ତେ ଏହି ବିଶ୍ୱବିଦ୍ୟାଳୟଗୁଡିକୁ ଏଣିକି ଏଆଇସିଟିଇ ସ୍ୱୀକୃତି ଲାଭ କରିବାକୁ ହେବ। ଚିଠି ମାଧ୍ୟମରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଦାନ ନେଇ ଓଡ଼ିଶା ଉଠାଜଳସେଚନ ନିଗମ ଏବଂ ରବିଶଙ୍କର ପେଟ୍ରୋ ଆଣ୍ଡ ଓଆର୍‌ଏସ୍‌ ମଧ୍ୟରେ ଏହି ମାମଲା ଚାଲିଛି। ଏହାର ଶୁଣାଣି କରି ବିଚାରପତି ଆଦର୍ଶ କୁମାର ଗୋଏଲ, ଆର୍‌. ଏଫ୍‌. ନରିମନ୍‌ ଏବଂ ୟୁ. ୟୁ. ଲଲିତ୍‌ ସ୍ଥଗିତାଦେଶ ଦେଇଛନ୍ତି। ଏ ସମ୍ପର୍କରେ ମତ ଦେଇ ପ୍ରମୁଖ ଶିକ୍ଷାବିଦ୍‌ ରବି ଭରଦ୍ୱାଜ୍‌ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସ୍ଥଗିତାଦେଶ ଯୋଗୁ ଦେଶର ସମସ୍ତ ରାଜ୍ୟରେ ଥିବା ଡିମ୍‌ଡ ବିଶ୍ୱବିଦ୍ୟାଳୟଗୁଡିକ ପ୍ରଭାବିତ ହେବ। ସମସ୍ତ ଡିମ୍‌ଡ ଏବଂ ଡିମ୍‌ଡ ହେବାକୁ ଥିବା ବିଶ୍ୱବିଦ୍ୟାଳୟଗୁଡିକ ଏଆଇସିଟିଇ ସ୍ୱୀକୃତି ଲାଭ କରିବାକୁ ବାଧ୍ୟ ହେବେ। କିନ୍ତୁ ଡିମ୍‌ଡ ବିଶ୍ୱବିଦ୍ୟାଳୟଗୁଡିକ ଏଆଇସିଟିଇ ଆଇନ ପରିସରଭୁକ୍ତ ନୁହେଁ। ଏଣୁ ଏଥିରେ ସଂଶୋଧନ ନ କରିବା ପର୍ଯ୍ୟନ୍ତ ଏଆଇସିଟିଇ ଡିମ୍‌ଡ ବିଶ୍ୱବିଦ୍ୟାଳୟଗୁଡିକୁ ନିଜ ଅଧୀନକୁ ଆଣିପାରିବ ନାହିଁ।

Leave A Reply