www.samajalive.in
Sunday, December 7, 2025
26.1 C
Bhubaneswar

ବିଷାକ୍ତ ସାପ କାମୁଡ଼ାରେ ଯୁବତୀ ମୃତ

ନାକଟିଦେଉଳ: ଘର ଭିତରେ ଶୋଇଥିବାବେଳେ ବିଷାକ୍ତ ଚିତି ସାପ ଦଂଶନରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି।  ମୃତ ଯୁବତୀ ଜଣଙ୍କର ନାମ ରଚନା ମହାକୁଡ଼ ବୋଲି ଜଣାପଡିଛି।  ତାଙ୍କ ଘର ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଲାମାଳ ଗାଁରେ।  ମିଳିଥିବା ସୂଚନା ଅନୁସାରେ ରଚନା ମହାକୁଡ଼ ଶନିବାର ରାତିରେ ଖିଆପିଆ ସାରି ଘର ଭିତରେ ଶୋଇଥିଲେ।  ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ତାଙ୍କ ହାତ ପାପୁଲିକୁ ଚୋଟ ମାରିଥିଲା ।  ସାପ କାମୁଡିବା ଜାଣିବା ପରେ ସେ ପାଟି କରିବାରୁ ପରିବାର ଲୋକେ ଉଠି ପଡି ତାଙ୍କ ପାଖକୁ ଆସିଥିବାବେଳେ ଉକ୍ତ ସାପ ଟି ଖଟ ଉପରେ ଥିବା ଦେଖିବାକୁ ପାଇଥିଲେ ।  ପରେ ଗୁରୁତର ଅବସ୍ଥାରେ ତୁରନ୍ତ ଆହତ ରଚନା କୁ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍  ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି । ମୃତ ଯୁବତୀର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଶୀଘ୍ର ସରକାରୀ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ ହୋଇଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories