www.samajalive.in
Saturday, December 6, 2025
23.1 C
Bhubaneswar

ବିଷାକ୍ତ ସାପ କାମୁଡ଼ାରେ ଯୁବତୀ ମୃତ

ନାକଟିଦେଉଳ: ଘର ଭିତରେ ଶୋଇଥିବାବେଳେ ବିଷାକ୍ତ ଚିତି ସାପ ଦଂଶନରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି।  ମୃତ ଯୁବତୀ ଜଣଙ୍କର ନାମ ରଚନା ମହାକୁଡ଼ ବୋଲି ଜଣାପଡିଛି।  ତାଙ୍କ ଘର ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଲାମାଳ ଗାଁରେ।  ମିଳିଥିବା ସୂଚନା ଅନୁସାରେ ରଚନା ମହାକୁଡ଼ ଶନିବାର ରାତିରେ ଖିଆପିଆ ସାରି ଘର ଭିତରେ ଶୋଇଥିଲେ।  ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ତାଙ୍କ ହାତ ପାପୁଲିକୁ ଚୋଟ ମାରିଥିଲା ।  ସାପ କାମୁଡିବା ଜାଣିବା ପରେ ସେ ପାଟି କରିବାରୁ ପରିବାର ଲୋକେ ଉଠି ପଡି ତାଙ୍କ ପାଖକୁ ଆସିଥିବାବେଳେ ଉକ୍ତ ସାପ ଟି ଖଟ ଉପରେ ଥିବା ଦେଖିବାକୁ ପାଇଥିଲେ ।  ପରେ ଗୁରୁତର ଅବସ୍ଥାରେ ତୁରନ୍ତ ଆହତ ରଚନା କୁ ଆମ୍ବୁଲାନ୍ସ ଯୋଗେ ନାକଟିଦେଉଳ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍  ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇ ଥିବା ଜଣାପଡିଛି । ମୃତ ଯୁବତୀର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଶୀଘ୍ର ସରକାରୀ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ ହୋଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories