ବିଚାରାଧୀନ କଏଦୀର ମୃତ୍ୟୁ

0

ଛତ୍ରପୁର: ଛତ୍ରପୁର ଉପ କାରାଗାରର ଜଣେ ଅନ୍ତେବାସୀଙ୍କ ଵ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଶିବରାମ ପ୍ରଧାନ। ୮ ମାସ ପୁର୍ବେ ଶିବରାମ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିଲେ। ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଶିବରାମ ଜେଲ୍ରେ ବାଥରୁମକୁ ଯାଇଥିବା ବେଳେ ସେଠାରେ ଖସି ପଡ଼ି ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଵ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶିବରାମଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ତାଙ୍କ ପରିବାର ବର୍ଗ। ଶିବରାମଙ୍କ ଘର ଦିଗପହଣ୍ଡି ଅଞ୍ଚଳରେ ବୋଲି ଜଣାପଡିଛି। ଗତକାଲି ମଧ୍ୟ ଆସିକା ଉପ କାରାଗାରରେ ଅନୁରୂପ ଅନ୍ୟ ଜଣେ ବିଚରାଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା।

Leave A Reply