ଭଦ୍ରକ : ବିଷାକ୍ତ ଫଳ ଖାଇ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାକାରପୁର ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ଏହାସହ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କ ମଧ୍ୟରେ ଜଣେ ୪ବର୍ଷର ଶିଶୁ ଥିବା ଜଣାପଡିଛି। ତେବେ ଅନ୍ୟ ଜଣେ ଗୁରୁତରଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକ ଓ ଗୁରୁତରମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି।
ବିଷାକ୍ତ ଫଳ ଖାଇ ଜଣେ ମୃତ, ୨ ଗୁରୁତର
Popular Categories



