www.samajalive.in
Sunday, December 7, 2025
23.1 C
Bhubaneswar

ନନ୍ଦପଡାର ଶୀତଳ ଷଷ୍ଠୀ ଯାତ୍ରାର ବରିଷ୍ଠ ସ୍ୱେଚ୍ଛାସେବୀ ହରିହର ଗୁରୁଙ୍କ ପରଲୋକ

ସମ୍ବଲପୁର :ସମ୍ବଲପୁରର ନନ୍ଦପଡା ନିବାସୀ ତଥା ବରିଷ୍ଠ ସ୍ୱେଚ୍ଛାସେବୀ ହରିହର ଗୁରୁଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ପରଲୋକ ସମୟରେ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। କଲେକ୍ଟରେଟରୁ ଚାକିରୀରୁ ଅବସର ପରେ ଅବିବାହିତ ସ୍ୱର୍ଗତ ଗୁରୁ ନନ୍ଦପଡା ଠାରେ ଏକାକୀ ଜୀବନ ଯାପନ କରୁଥିବା ବେଳେ ଲକ ଡାଉନ ସମୟରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହେବାରୁ ବରିଷ୍ଠ ଆଇନଜୀବୀ ନିରଞ୍ଜନ ତ୍ରିପାଠୀଙ୍କ ଘରେ ରହି ଚିକିତ୍ସିତ ହେଉଥିଲେ। ଛୋଟ ବୟସରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ବିଭିନ୍ନ ସାମାଜିକ ସମାଜସେବା ସହିତ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟି ସକ୍ରିୟ ସଦସ୍ୟ ଭାବରେ ଅଙ୍ଗାଙ୍ଗୀ ଭାବରେ ଜଡିତ ଥିଲେ। ଅତ୍ୟନ୍ତ ମେଳାପୀ ଓ ପରୋପକାରୀ ଗୁରୁଙ୍କ ମୃତ୍ୟୁ ଖବର ମିଳିବା ପରେ ଜିଲା କଂଗ୍ରେସ କମିଟି ସଭାପତି ଅଶ୍ୱିନୀ ଗୁରୁ, ବରିଷ୍ଠ କଂଗ୍ରେସ ନେତା ସୁରେଶ୍ୱର ମିଶ୍ର, ବରିଷ୍ଠ ବିଜେପି ନେତା ବେଣୁଧର ଦାଶଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ। ଗୁରୁଙ୍କ ପରିବାରର କେହି ସଦସ୍ୟ ନ ଥିବାରୁ ସ୍ଥାନୀୟ ରାଜଘାଟ ଠାରେ ଆଇନଜୀବୀ ନିରଞ୍ଜନ ତ୍ରିପାଠୀ ମୁଖାଗ୍ନି ଦେଇ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରିଛନ୍ତି। ସର୍ବ ପୂରାତନ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାର ଅନ୍ୟତମ ବରିଷ୍ଠ ସକ୍ରିୟ ସଦସ୍ୟଙ୍କୁ ହରାଇଥିବାରୁ ଯାତ୍ରା କମିଟୀ ଓ ଚିତ୍ରୋତ୍ପଳା ଯୁବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କୁ ପୁଷ୍ପମାଲ୍ୟ ଦିଆଯାଇ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories